ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ

ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। FIH  ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ। କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି। ହକି ଇଣ୍ଡିଆର ସମ୍ପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବିଶ୍ବର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ […]

ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। FIH  ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ। କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି। ହକି ଇଣ୍ଡିଆର ସମ୍ପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବିଶ୍ବର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା। ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ବକପ ଆୟୋଜନ ହୋଇଥିଲା । ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ବକପ ଆୟୋଜନ ହୋଇଥିଲାବେଳେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ୍ ହୋଇଥିଲା ।


ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରର ଭିତ୍ତିଭୂମି ରହିଛି। ଏଠାକାର ବହୁମୁଖୀ ସୁବିଧା କମନଓ୍ବେଲଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ମଧ୍ୟ ଉପଯୋଗୀ। ବିଶ୍ବକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଅନ୍ତର୍ଜାତୀୟ ସ୍ତରର ଉଦଘାଟନୀ ଉତ୍ସବରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ବିଶ୍ବସ୍ତରୀୟ ଆୟୋଜନ ପାଇଁ ସାରା ବିଶ୍ବର କ୍ରୀଡ଼ାପ୍ରେମୀ ବିଶ୍ବକପରେ ଯୋଗଦେଇଥିଲେ। ଓଲିଲ୍ୟାଣ୍ଡ ସହିତ ଦୁଇ ସହରର ସୌନ୍ଦର୍ଯ୍ଯକରଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଯେଉଁଥିରେ ସମସ୍ତ ଖେଳାଳି ସହତ କ୍ରୀଡ଼ାପ୍ରେମୀ ଖୁସି ପ୍ରକାଶ କରିଥିଲେ । ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

About The Author: The Sakala