ବିଧାନସଭାରେ ମାହାଙ୍ଗା ପ୍ରସଙ୍ଗ ଉଠାଇଲେ ଅରୁଣ ସାହୁ: ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ରାଜ୍ୟରେ ଭୁଶୁଡ଼ିଛି ଆଇନ ଶୃଙ୍ଖଳା…

ଭୁବନଶ୍ବର: ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି […]

ଭୁବନଶ୍ବର: ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ। କାମ ହୋଇଥିଲେ ବିଲ ଦିଆଯାଉ। ବଜେଟ ତ ଖର୍ଚ୍ଚ ହୋଇନି। ଏତେ ବଡ଼ ବଜେଟ ଆଣିଲେ କ’ଣ ହେବ ବୋଲି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଗୁରୁତ୍ତ୍ବ ଦେବାକୁ ସେ ଗୃହରେ ଦାବି କରିଛନ୍ତି।

ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ୫ ଦଫା ଦାବି ନେଇ ଧାରଣାରେ ବସିଥିବା ଜନପ୍ରତିନିଧିଙ୍କ ଉପରେ ବିଧାୟକଙ୍କ ସମର୍ଥକମାନଙ୍କ ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ଖଣ୍ଡଯୁଦ୍ଧ। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏପରିକି ବିଧାୟକ ସମର୍ଥକମାନଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ପୂର୍ବ ସରକାର ଅମଳରେ କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ବିଲ୍‌‌କୁ ବ୍ଲକ ପ୍ରଶାସନ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ଅଟକାଇ ରଖିଛି। ଫଳରେ ଦୀର୍ଘ ୮ମାସ ଧରି ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ବୁଧବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଗତକାଲି ଦ୍ୱିତୀୟ ଦିନ ମଧ୍ୟ ଧାରଣା ଜାରି ରହିଥିଲା। ମାତ୍ରବିଧାୟକଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଜଣେ ମହିଳା ଜନ ପ୍ରତିନିଧି ସୁସ୍ମିତା ଦାସଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏଥିରେ ସୁସ୍ମିତା ଆହତ ହୋଇଥିଲେ। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ସାଲେପୁର ଏସ୍‌‌ଡିପିଓ ବିରଞ୍ଚି ପତି ମଧ୍ୟ ବିଧାୟକ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଯାହାଫଳରେ ଶ୍ରୀ ପତିଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍‌‌ ଗତକାଲି ପହଞ୍ଚି ଧାରଣାରତ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ତଥା ୩୪ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଧାୟକ ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା ଓ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରି ସ୍ୱାଧୀନ ବିଧାୟକଙ୍କ ସମର୍ଥକମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା କରିଛନ୍ତି। ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦର ସିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଶାସନ ବ୍ଲକରେ ଉପୁଜିଥିବା ସ୍ଥିତାବସ୍ଥାକୁ ତୁରନ୍ତ ନ କଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛି। ଏହି ସମୟରେ ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ।

About The Author: The Sakala