ରାଜ୍ୟରେ ପ୍ରବଳ ଥଣ୍ଡା ଜାରି: ୧୦ ଡିଗ୍ରୀ ତଳେ ୧୭ଟି ସହର, ଫୁଲବାଣୀ ସବୁଠୁ ଥଣ୍ଡା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଥଣ୍ଡା ଜାରି ରହିଛି। ସନ୍ଧ୍ୟା ହେଲେ ଶୀତ ମାଡ଼ି ଆସୁଛି। ଦିନରେ ବି ବାହାରେ କାଲୁଆ ପବନ ବହୁଛି। ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳକୁ ଖସିବାରେ ଲାଗିଥିବା ବେଳେ କିଛି ସ୍ଥାନରେ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ତଳକୁ ଖସିଯାଇଛି। କ୍ରମାଗତ ଭାବେ ପାରଦ ତଳ ମୁହାଁ ହେତୁ ରାତି ଭଳି ଦିନରେ ବି ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ୧୭ ଟି ସ୍ଥାନରେ  ତାପମାତ୍ରା […]

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଥଣ୍ଡା ଜାରି ରହିଛି। ସନ୍ଧ୍ୟା ହେଲେ ଶୀତ ମାଡ଼ି ଆସୁଛି। ଦିନରେ ବି ବାହାରେ କାଲୁଆ ପବନ ବହୁଛି। ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳକୁ ଖସିବାରେ ଲାଗିଥିବା ବେଳେ କିଛି ସ୍ଥାନରେ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ତଳକୁ ଖସିଯାଇଛି। କ୍ରମାଗତ ଭାବେ ପାରଦ ତଳ ମୁହାଁ ହେତୁ ରାତି ଭଳି ଦିନରେ ବି ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ୧୭ ଟି ସ୍ଥାନରେ  ତାପମାତ୍ରା ୧୦ ଡିଗ୍ରୀ ତଳଖୁ ଖସିଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି


ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡିରେ ୪.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରହିଛି । ସେହିଭଳି ସୁନ୍ଦରଗଡ ଓ ଝାରସୁଗୁଡାରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ । କେନ୍ଦୁଝର ଓ ସୋନପୁରରେ ୬.୪ ଡିଗ୍ରୀ । ଟିଟିଲାଗଡରେ ୬.୫ ଡିଗ୍ରୀ ଓ ଭବାନୀପାଟଣାରେ ୬.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ତେବେ ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଏହି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ବୁଧବାର ପାଇଁ ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ନୟାଗଡ଼଼, କଟକ ଓ ଖୋର୍ଦ୍ଧାରେ ଶୀତ ଲହରୀ ଅନୁଭୂତ ହେବ ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ବାଲେଶ୍ୱର ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ଦିନରେ ପ୍ରବଳ ଥଣ୍ଡା ହେବ। ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୫-୬ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଭାରତର ଉତ୍ତର-ପଶ୍ଚିମ ଦିଗରୁ ଉପର ଓ ନିମ୍ନ ବାୟୁମଣ୍ଡଳରେ ପ୍ରବାହିତ ପବନ ଏବଂ ନିର୍ମଳ ଆକାଶ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ସହାୟକ ହେଉଛି ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି। ଉତ୍ତର-ପଶ୍ଚିମ ବାୟୁର ପ୍ରଭାବ ହେତୁ ସମୁଦ୍ରରୁ ପବନ ସ୍ଥଳ ଭାଗକୁ ଆସିପାରୁ ନଥିବା ମଧ୍ୟ ଏକ କାରଣ ବୋଲି ସେ କହିଛନ୍ତି।

ଡିସେମ୍ବର ୨୪ ତାରିଖ ଠାରୁ ରାତିର ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲ୍‌ଫସିୟସ୍‍ ମଧ୍ୟରେ ବୃଦ୍ଧି ପାଇପାରେ। ଡିସେମ୍ବର ୨୬ ତାରିଖଠାରୁ ରାତିର ତାପମାତ୍ରା ବୃଦ୍ଧି ଆହୁରି ଅଧିକ ହୋଇପାରେ ଓ ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ କୁହୁଡି ସୃଷ୍ଟି ହେବା ସହ ପଶ୍ଚିମ ଏବଂ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ଡିସେମ୍ବର ୨୯ ଓ ୩୦ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର