ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଲୋଚନା

The Sakala Picture
Published On

ମାଲକାନଗିରି: ମାଲକାନଗିରି ସାମ୍ବାଦିକଙ୍କ ଦାବି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ସୋମବାର ସନ୍ଧ୍ୟାରେ ଆଲୋଚନା କରିଛନ୍ତି । ଗତ ୧୭ତାରିଖରେ ୫ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲା ସଦର ମହକୁମାରେ ସାମ୍ବାଦିକଙ୍କ ଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ସକାଶେ ଗଠିତ ସମନ୍ୱୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମୁଖ୍ୟତଃ ଗିରଫ ସାମ୍ବାଦିକଙ୍କ ପ୍ରତି ଅବିଚାର ହୋଇଥିବା, ସାମ୍ବାଦିକଙ୍କ ସମର୍ଥନରେ ସେ ସର୍ବଦା ରହିଥିବା ଏବଂ ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସମନ୍ୱୟ କମିଟି କୋର ଗ୍ରୁପର ସଦସ୍ୟ ତଥା ଇଣ୍ଡିଆନ ଏକ୍ସପ୍ରେସର ଦେବ ପ୍ରସାଦ ଦାସ, କନକ ନ୍ୟୁଜର ଦେବବ୍ରତ ସାନା, ଓଟିଭିର ଜିତେନ୍ଦ୍ର ବେଉରିଆ, ସମ୍ବାଦର ପ୍ରେମେନ୍ଦ୍ର ପରିଚ୍ଛା, ‘ସକାଳ’ର ଅଶୋକ ମିଶ୍ର, ନନ୍ଦିଘୋଷର ଇଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର ଗ୍ରୁପର ସଦସ୍ୟମାନେ ପୋଲିସର ଅମାନୁଷିକ ଅତ୍ୟାଚାର, ସାମ୍ବାଦିକଙ୍କ ଦାବି ଏବଂ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜଙ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

21 Dec 2021 By The Sakala

ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଲୋଚନା

ମାଲକାନଗିରି: ମାଲକାନଗିରି ସାମ୍ବାଦିକଙ୍କ ଦାବି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ସୋମବାର ସନ୍ଧ୍ୟାରେ ଆଲୋଚନା କରିଛନ୍ତି । ଗତ ୧୭ତାରିଖରେ ୫ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲା ସଦର ମହକୁମାରେ ସାମ୍ବାଦିକଙ୍କ ଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ସକାଶେ ଗଠିତ ସମନ୍ୱୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ଆଲୋଚନା କରିଛନ୍ତି ।

ମୁଖ୍ୟତଃ ଗିରଫ ସାମ୍ବାଦିକଙ୍କ ପ୍ରତି ଅବିଚାର ହୋଇଥିବା, ସାମ୍ବାଦିକଙ୍କ ସମର୍ଥନରେ ସେ ସର୍ବଦା ରହିଥିବା ଏବଂ ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସମନ୍ୱୟ କମିଟି କୋର ଗ୍ରୁପର ସଦସ୍ୟ ତଥା ଇଣ୍ଡିଆନ ଏକ୍ସପ୍ରେସର ଦେବ ପ୍ରସାଦ ଦାସ, କନକ ନ୍ୟୁଜର ଦେବବ୍ରତ ସାନା, ଓଟିଭିର ଜିତେନ୍ଦ୍ର ବେଉରିଆ, ସମ୍ବାଦର ପ୍ରେମେନ୍ଦ୍ର ପରିଚ୍ଛା, ‘ସକାଳ’ର ଅଶୋକ ମିଶ୍ର, ନନ୍ଦିଘୋଷର ଇଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର ଗ୍ରୁପର ସଦସ୍ୟମାନେ ପୋଲିସର ଅମାନୁଷିକ ଅତ୍ୟାଚାର, ସାମ୍ବାଦିକଙ୍କ ଦାବି ଏବଂ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜଙ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି ।

https://www.thesakala.in/latest-odisha-news/media-advisor-to-odisha-govt-manas-mangaraj-discussion-with-malkangiri-journalist-association/article-7774
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର