ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

Tapas Ranjan Nanda Picture
Published On

ଓଡ଼ିଶାବାସୀଙ୍କ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଜମିଜମା ସମ୍ପର୍କିତ କାମ ପାଇଁ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ହ୍ୱାଟ୍‌ସଆପ୍‌ (WhatsApp) ଜରିଆରେ ଉପଲବ୍ଧ ହେବ ରାଜସ୍ୱ ସେବା। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

୨୪ ଘଣ୍ଟିଆ ସେବା ଓ ଦୁର୍ନୀତି ନିବାରଣ

ରାଜସ୍ୱ ବିଭାଗ ପକ୍ଷରୁ ଏଣିକି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ଗ୍ରହଣ କରାଯିବ। କେବଳ ଅଭିଯୋଗ ଗ୍ରହଣ କରାଯିବ ନାହିଁ, ବରଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ମଧ୍ୟ କରାଯିବ। ଏହାଦ୍ୱାରା ବିଭାଗୀୟ ଦୁର୍ନୀତି ବନ୍ଦ ହେବା ସହ ସାଧାରଣ ଲୋକଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଯଦି ନିର୍ଦ୍ଧାରିତ ସମୟ ଭିତରେ ସମସ୍ୟାର ସମାଧାନ କରା ନ ଯାଏ କିମ୍ବା କୌଣସି ଦୁର୍ନୀତି ଅଭିଯୋଗ ଆସେ, ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ତଳ ସ୍ତରରେ କାମ ନହେଲେ ଅଭିଯୋଗକାରୀ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ୱାଟ୍‌ସଆପ୍‌ରେ ଅଭିଯୋଗ କରିପାରିବେ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଏହି ନୂତନ ହ୍ୱାଟ୍‌ସଆପ୍‌ ସେବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଜ୍ୟର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

04 Feb 2026 By Tapas Ranjan Nanda

ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

ଓଡ଼ିଶାବାସୀଙ୍କ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଜମିଜମା ସମ୍ପର୍କିତ କାମ ପାଇଁ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ହ୍ୱାଟ୍‌ସଆପ୍‌ (WhatsApp) ଜରିଆରେ ଉପଲବ୍ଧ ହେବ ରାଜସ୍ୱ ସେବା। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୨୪ ଘଣ୍ଟିଆ ସେବା ଓ ଦୁର୍ନୀତି ନିବାରଣ

ରାଜସ୍ୱ ବିଭାଗ ପକ୍ଷରୁ ଏଣିକି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ଗ୍ରହଣ କରାଯିବ। କେବଳ ଅଭିଯୋଗ ଗ୍ରହଣ କରାଯିବ ନାହିଁ, ବରଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ମଧ୍ୟ କରାଯିବ। ଏହାଦ୍ୱାରା ବିଭାଗୀୟ ଦୁର୍ନୀତି ବନ୍ଦ ହେବା ସହ ସାଧାରଣ ଲୋକଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ।

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଯଦି ନିର୍ଦ୍ଧାରିତ ସମୟ ଭିତରେ ସମସ୍ୟାର ସମାଧାନ କରା ନ ଯାଏ କିମ୍ବା କୌଣସି ଦୁର୍ନୀତି ଅଭିଯୋଗ ଆସେ, ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ତଳ ସ୍ତରରେ କାମ ନହେଲେ ଅଭିଯୋଗକାରୀ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କୁ ହ୍ୱାଟ୍‌ସଆପ୍‌ରେ ଅଭିଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଏହି ନୂତନ ହ୍ୱାଟ୍‌ସଆପ୍‌ ସେବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଜ୍ୟର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର