ବର୍ଷା ଅଭାବରୁ ୧୧ ଜିଲ୍ଲା ସ୍ଥିତି ବେହାଲ, ୨ରୁ ଫେରିପାରେ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବୁଧବାର […]

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବୁଧବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ହେଲେ ଶନିବାରଠାରୁ ବର୍ଷାର ପରିମାଣ ପାରେ। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀର ଅଭିମାନ ଭାଙ୍ଗିପାରେ ଓ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଭାରତରେ ମୌସୁମୀ ବର୍ଷାର ଅଭାବ ସାଧାରଣତଃ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଓ ବିଷୁବ ରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମରୁ ପୂର୍ବଦିଗକୁ ଗତିକରୁଥିବା ମାଡାମ ଏବଂ ଜୁଲିଆନ ତରଙ୍ଗର ପ୍ରତିକୂଳ ସ୍ଥିତି ପାଇଁ ପ୍ରଭାବିତ ହୋଇଥାଏ। ମାଡାମ ଏବଂ ଜୁଲିଆନ ତରଙ୍ଗ ସକ୍ରିୟ ରହିଲେ ଏହା ଭାରତର ମୁଖ୍ୟ ଭୂଭାଗ ଅଞ୍ଚଳରେ ସାଧାରଣତଃ ମେଘ ଖଣ୍ଡକୁ ତ୍ୱରାନ୍ୱିତ କରିଥାଏ, ଫଳସ୍ୱରୂପ ମେଘ ସମୂହର ଉତ୍ତରାୟଣ ଗତି ସହ ବିନା ଲଘୁଚାପରେ ମଧ୍ୟ ଭଲ ବର୍ଷା ହୋଇଥାଏ। ଏହି ତରଙ୍ଗ ସକ୍ରିୟ ରହିଲେ ଏହା ଲଘୁଚାପ ସୃଷ୍ଟିର ଅନୁକୂଲତାକୁ ମଧ୍ୟ ବୃଦ୍ଧି କରାଇ ଥାଏ। ସେହିପରି ଏଲ୍‌‌ନିନୋ ସାଧାରଣତଃ ଭାରତରେ ଦୁର୍ବଳ ମୌସୁମୀ ପବନ ଏବଂ ଶୁଖିଲା ପାଗକୁ ଅଧିକ ପ୍ରଶମିତ କରାଏ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସକ୍ରିୟ ଏଲ୍‌‌ ନିନୋ ଯୋଗୁଁ ଅଗଷ୍ଟ ମାସରେ ସାଧାରଣ ପାଞ୍ଚଟି ଲଘୁଚାପ ଆଶା କରାଯାଉଥିବା ବେଳେ ମାତ୍ର ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅନ୍ୟପଟେ ଦକ୍ଷିଣ ଚୀନ୍‌‌ ସାଗର ଉପରେ ବିକଶିତ ହେଉଥିବା ନିମ୍ନ-ଚାପ ବା ଲଘୁଚାପ କ୍ଷେତ୍ର ଭିଏତନାମ ପଶ୍ଚିମ ଦିଗକୁ ଗତି କରେ, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ଅତିକ୍ରମ କରିବା ପରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେରେ ପହଞ୍ଚେ। ଚଳିତ ବର୍ଷ ଏହା ଯଥେଷ୍ଟ ହ୍ରାସ ହୋଇଛି।

ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବା ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩ ପ୍ରତିଶତ କମ୍‌‌ ରହିଛି। ସେହିପରି ମୌସୁମୀ ଋତୁରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୪ ପ୍ରତିଶତ କମ୍‌‌ ବର୍ଷା ହୋଇଛି। ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦-୫୯ ପ୍ରତିଶତ ରହିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ସ୍ଥିତି ସ୍ୱାଭାବିକ ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର