୨୦୨୪ ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବା ସହ ପୁଣିଥରେ ବଡ଼ ବିଜୟ ଲାଭ କରିବ: ପ୍ରମିଳା ମଲ୍ଲିକ

The Sakala Picture
Published On

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ି ବିଜେଡି ପୁଣିଥରେ ବଡ଼ ବିଜୟ ଲାଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ମନସ୍ଥ କରିସାରିଛନ୍ତି । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକାକୀ ନିର୍ବାଚନ ଲଢିବ ଓ ଷଷ୍ଠଥର ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ମେଣ୍ଟ ରାଜନୀତି ନେଇ ହେଉଥିବା ଚର୍ଚ୍ଚାକୁ ଦୃଢ ଭାବରେ ଖଣ୍ଡନ […]

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ି ବିଜେଡି ପୁଣିଥରେ ବଡ଼ ବିଜୟ ଲାଭ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ମନସ୍ଥ କରିସାରିଛନ୍ତି । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକାକୀ ନିର୍ବାଚନ ଲଢିବ ଓ ଷଷ୍ଠଥର ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟରେ ମେଣ୍ଟ ରାଜନୀତି ନେଇ ହେଉଥିବା ଚର୍ଚ୍ଚାକୁ ଦୃଢ ଭାବରେ ଖଣ୍ଡନ କରିଛନ୍ତି ଅନ୍ୟ ବିଜେଡି ନେତା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

୨୦୦୯ ମସିହାରୁ ବିଜେଡି ଏକାକୀ ନିର୍ବାଚନ ଲଢି ପ୍ରତ୍ୟେକ ନିର୍ବାଚନରେ ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ବଡ଼ ବିଜୟ ଲାଭ କରୁଛି । ଏଥର ବି ଏକାକୀ ଦଳ ନିର୍ବାଚନ ଲଢିବ ବୋଲି ଦଳୀୟ ନେତାମାନେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ରକୁ ବିଜେଡି କେତେବେଳେ ସମର୍ଥନ ଦେଇଛି ତ କେତେବେଳେ ବିରୋଧ କରୁଛି । ଯାହାକି ସଂଘୀୟ ବ୍ୟବସ୍ଥାର ଏକ ପ୍ରକ୍ରିୟା ବୋଲି ବିଜେଡି ନେତା କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର