କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ; ୫ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍, ୨୧ଟି ମାମଲାରେ ଥିଲେ ସମ୍ପୃକ୍ତ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଡିସିପିଙ୍କ ସ୍ପେଶାଲ ସ୍କ୍ୱାଡ୍ । ରାଜଧାନୀର ବିଭିନ୍ନ ସ୍ଥାନରେ ଏମାନେ ଲୁଟପାଟ କରି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ୫ ଜଣ ଲୁଟେରାଙ୍କଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଲୁଟପାଟ କରିଥିବାର ୨୧ ମାମଲା ଏମାନଙ୍କ ନାଁରେ ଥାଇ ବି ବେଫିକର ଥିଲେ ଲୁଟେରା । ଭୁବନେଶ୍ବର ଡିସିପିଙ୍କ ସ୍ପେଶାଲ […]

ଭୁବନେଶ୍ୱର: ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଡିସିପିଙ୍କ ସ୍ପେଶାଲ ସ୍କ୍ୱାଡ୍ । ରାଜଧାନୀର ବିଭିନ୍ନ ସ୍ଥାନରେ ଏମାନେ ଲୁଟପାଟ କରି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ୫ ଜଣ ଲୁଟେରାଙ୍କଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଲୁଟପାଟ କରିଥିବାର ୨୧ ମାମଲା ଏମାନଙ୍କ ନାଁରେ ଥାଇ ବି ବେଫିକର ଥିଲେ ଲୁଟେରା । ଭୁବନେଶ୍ବର ଡିସିପିଙ୍କ ସ୍ପେଶାଲ ସ୍କ୍ବାର୍ଡ ଲୁଟେରା ଓ ଚୋରି ସାମଗ୍ରୀ କିଣୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଭରତପୁର, ଚନ୍ଦଶେଖରପୁରରେ ହୋଇଥିବା ଅଭିଯୋଗ ମୁତାବକ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାଁରେ ପାହାଳ, ସହିଦନଗର,ଖାରବେଳନଗର, ନୟାପଲ୍ଲୀ, ବିଂଝାରପୁର, ରାଜକନିକା ଥାନାରେ ରହିଛି ୨୧ ଟି ମାମଲା । ଗତ ୬ ମାସ ଭିତରେ ରାଜଧାନୀବାସୀଙ୍କ ନିଦ ହଜାଇଦେଇଥିବା ଲୁଟେରାଙ୍କ ଠାରୁ ୪୫ ଗ୍ରାମର ୧୦ ଟି ସୁନା ଚେନ, ୪୦ ହଜାର ଟଙ୍କା, ୨ଟି ବାଇକ, ୮ ଟି ମୋବାଇଲ ଓ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ତଥ୍ୟ,ପ୍ରମାଣ, ସାଇଣ୍ଟିଫିକ ଟିମରୁ ମିଳିଥିବା ସୁରାକ, ସିସିଟିଭି ଓ ସିଡ଼ିଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

09 Jul 2023 By The Sakala

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ; ୫ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍, ୨୧ଟି ମାମଲାରେ ଥିଲେ ସମ୍ପୃକ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଡିସିପିଙ୍କ ସ୍ପେଶାଲ ସ୍କ୍ୱାଡ୍ । ରାଜଧାନୀର ବିଭିନ୍ନ ସ୍ଥାନରେ ଏମାନେ ଲୁଟପାଟ କରି ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ୫ ଜଣ ଲୁଟେରାଙ୍କଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଲୁଟପାଟ କରିଥିବାର ୨୧ ମାମଲା ଏମାନଙ୍କ ନାଁରେ ଥାଇ ବି ବେଫିକର ଥିଲେ ଲୁଟେରା । ଭୁବନେଶ୍ବର ଡିସିପିଙ୍କ ସ୍ପେଶାଲ ସ୍କ୍ବାର୍ଡ ଲୁଟେରା ଓ ଚୋରି ସାମଗ୍ରୀ କିଣୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ।

ଭରତପୁର, ଚନ୍ଦଶେଖରପୁରରେ ହୋଇଥିବା ଅଭିଯୋଗ ମୁତାବକ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାଁରେ ପାହାଳ, ସହିଦନଗର,ଖାରବେଳନଗର, ନୟାପଲ୍ଲୀ, ବିଂଝାରପୁର, ରାଜକନିକା ଥାନାରେ ରହିଛି ୨୧ ଟି ମାମଲା । ଗତ ୬ ମାସ ଭିତରେ ରାଜଧାନୀବାସୀଙ୍କ ନିଦ ହଜାଇଦେଇଥିବା ଲୁଟେରାଙ୍କ ଠାରୁ ୪୫ ଗ୍ରାମର ୧୦ ଟି ସୁନା ଚେନ, ୪୦ ହଜାର ଟଙ୍କା, ୨ଟି ବାଇକ, ୮ ଟି ମୋବାଇଲ ଓ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ତଥ୍ୟ,ପ୍ରମାଣ, ସାଇଣ୍ଟିଫିକ ଟିମରୁ ମିଳିଥିବା ସୁରାକ, ସିସିଟିଭି ଓ ସିଡ଼ିଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର