ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଆଜି ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ୧୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ୪୪.୨ ଡିଗ୍ରୀ ସେଲସିୟସ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।
ଭୁବନେଶ୍ବର ଓ କଟକରେ ପାରା ୪୦ ଡିଗ୍ରି ଥିଲେ ବି ଗୁଳୁଗୁଳିରୁ ନିସ୍ତାର ମିଳିପାରି ନାହିଁ। ଆଜି ନୂଆପଡ଼ାରେ ୪୪, ସମ୍ବଲପୁର ଓ ଝାରସୁଗୁଡ଼ା ୪୩.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ୪୩.୮ ଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗିର ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଉରକେଲା ଓ ବରଗଡ଼ରେ ୪୩.୫, ସୁନ୍ଦରଗଡ଼ ୪୨.୧ ଡିଗ୍ରୀ ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ତାତି ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭, ମାଲକାନଗିରି ଓ ଭଦ୍ରକ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।