କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

The Sakala Picture
Published On

ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବ । ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ। ଏଥି ସହିତ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ […]

ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ଯାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ମିଳିବ । ତାେଳାଳୀ ଓ କର୍ମଚାରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯାେଜନାରେ ସାମିଲ ହେବେ । ଏଥି ସହିତ କେନ୍ଦୁପତ୍ର ତୋଳାଳୀଙ୍କ ପିଲା ମାନଙ୍କୁ ଶିକ୍ଷା ପାଇଁ ବୃତ୍ତି ମିଳିବ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଥି ସହିତ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ପରିଚୟପତ୍ର । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ୧୫ ଦିନକୁ ବଢ଼ିବ । ଏଥି ସହିତ କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ପାଇଁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଏନେଇ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି।ଏମାନେ ଗରିବ ଲୋକ ।ବହୁ ଜନଜାତି ମା ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି । ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି  ଏହି ପ୍ୟାକେଜ ଘୋଷଣା କରୁଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

• ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ।

• ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ।

• କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲା ମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ।

• ସର୍କଲ ଚେକ୍‌ରସ୍‌ ଓ ବାଇଣ୍ଡିଂ ଚେକର୍‌ସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନ ରୁ ବୃଦ୍ଧି କରି କୁ ୧୫ ଦିନ କରାଯିବ।

• ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।

• କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି,ଯାହାର ଉଚ୍ଛେଦ ପାେ କେନ୍ଦ୍ର ସରକାରଙ୍କ ନିକଟରେ ମୋର ଦୃଢ ଦାବି ରହିଛି ଏବଂ ରହିବ।

ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ । ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଭୁବନେଶ୍ୱର ଆସିଥିବା ସଂଘ ପକ୍ଷରୁ କୁହାଯାଇ ଥିଲା ଯେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଇପିଏଫ୍‍ ବ୍ୟବସ୍ଥା କରି ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି। ତେବେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସ୍‍ଟି ଲାଗୁ କରିବା ହେତୁ ଏହାର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲାଭ କମୁଛି। କେନ୍ଦୁପତ୍ର ଉପରୁ ବୋନସ୍‍ ହ୍ରାସ କରିବା ପାଇଁ ଆମେ ବାରମ୍ବାର ଦାବି କରିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେପି ନିଜର ଇସ୍ତାହାରରେ ଏହାକୁ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଉପରେ ଚାପ ପକାଇବା ଜରୁରୀ ବୋଲି ସଂଘ କହିଛି। ସେହିପରି ୨୦୧୮ରେ ଶେଷ ଥର ପାଇଁ ଋତୁକାଳୀନ ଶ୍ରମିକଙ୍କର ମଜୁରୀ ବୃଦ୍ଧି କରାଯାଇ ଥିବା ବେଳେ ଇତିମଧ୍ୟରେ ଚାରିବର୍ଷ ବିତଲାଣି। ତେଣୁ ଆଗାମୀ ଋତୁ ପୂର୍ବରୁ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିବା ଆବଶ୍ୟକ ବୋଲି ଓଡ଼ିଶା କେନ୍ଦ୍ରପତ୍ର କର୍ମଚାରୀ ସଂଘ କହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର