୨୦୨୩ ମାର୍ଚ୍ଚ ସୁଦ୍ଧା ପୂରଣ ହେବ ଖାଲି ପଡ଼ିଥିବା ୨୮୩୪ ପଦ : ଓପିଏସ୍‍ସି ଅଧ୍ୟକ୍ଷ

The Sakala Picture
Published On

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ୨୦୨୨-୨୩ ବର୍ଷରେ ବିଭିନ୍ନ ପରୀକ୍ଷା କରାଯାଇ ୪ ହଜାର ୯୪୯ଟି ଗ୍ରୁପ୍‍-ଏ’ ଏବଂ ଗ୍ରୁପ୍‍-ବି’ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ଏବେସୁଦ୍ଧା ୧୫୪୫ଟି ପଦବୀ ପୂରଣ କରାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୮୩୪ଟି ପଦବୀ ପୂରଣ କରାଯିବ ବୋଲି ଓପିଏସ୍‍ସି ଅଧ୍ୟକ୍ଷ ଡ. ସତ୍ୟଜିତ୍‍ ମହାନ୍ତି ସୂଚନା ଦେଇଛନ୍ତି। ଓପିଏସ୍‍ସି ଦ୍ୱାରା ଆଗାମୀ ଦିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‍ଓ)ରେ ସର୍ବାଧିକ […]

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ୨୦୨୨-୨୩ ବର୍ଷରେ ବିଭିନ୍ନ ପରୀକ୍ଷା କରାଯାଇ ୪ ହଜାର ୯୪୯ଟି ଗ୍ରୁପ୍‍-ଏ’ ଏବଂ ଗ୍ରୁପ୍‍-ବି’ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ଏବେସୁଦ୍ଧା ୧୫୪୫ଟି ପଦବୀ ପୂରଣ କରାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୮୩୪ଟି ପଦବୀ ପୂରଣ କରାଯିବ ବୋଲି ଓପିଏସ୍‍ସି ଅଧ୍ୟକ୍ଷ ଡ. ସତ୍ୟଜିତ୍‍ ମହାନ୍ତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଓପିଏସ୍‍ସି ଦ୍ୱାରା ଆଗାମୀ ଦିନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‍ଓ)ରେ ସର୍ବାଧିକ ୭୯୬ଟି ପଦବୀ ପୂରଣ କରାଯିବ। ସେହିଭଳି ଓଡ଼ିଶା ଏଜୁକେସନ ସର୍ଭିସ୍‍ (ଓଇଏସ୍‍)ରେ ୧୬୦, ଆଇନ ବିଭାଗର ୮୦ ଆସିଷ୍ଟାଣ୍ଟ ଡିରେକ୍ଟର ପଦବୀ, ୪୩୩ଟି ଓଡ଼ିଶା ସିଭିଲ୍‍ ସଭିସ୍‍ (ଓସିଏସ୍‍) ପଦବୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୮ଟି ଆସିଷ୍ଟାଣ୍ଟ ପ୍ରଫେସର, ସୁପର ସ୍ପେଶାଲିଷ୍ଟ ପଦବୀ, ଭେଟେନାରୀ ଓ ଆସିଷ୍ଟାଣ୍ଟ ସର୍ଜନରେ ୪୫୪ଟି, ଏସ୍‍ଡିଆଇପିଆର୍‍ଓରେ ୧୯ଟି, ଓଡ଼ିଶା ମ୍ୟୁନିସିପାଲ୍‍ ଆଡ୍‍ମିନିଷ୍ଟ୍ରେଟିଭ୍‍ ସର୍ଭିସରେ ୨୭ଟି, ଆସିଷ୍ଟାଣ୍ଟ ସଏଲ୍‍ କଞ୍ଜରଭେସନ ଅଫିସର ୯୨ଟି ପଦବୀ, ଓଏସ୍‍ ଓ ଇଏସ୍‍ର ଆସିଷ୍ଟାଣ୍ଟ ଡାଇରେକ୍ଟରରେ ୧୭ଟି ପଦବୀ, ୧୭୭ଟି ଆସିଷ୍ଟାଣ୍ଟ ଫିସେରିଜ୍‍ ଅଫିସର ପଦବୀ, ୩ଟି ଆସିଷ୍ଟାଣ୍ଟ ଡିରେକ୍ଟର ଅଫ୍‍ ଟେକ୍ସ ଟାଇଲ୍‍ ପଦବୀ, ଆସିଷ୍ଟାଣ୍ଟ ଆଗ୍ରିକଲ୍‍ଚର ଇଞ୍ଜିନିୟରରେ ୧୦୨ଟି, ଆସିଷ୍ଟାଣ୍ଟ ଆଗ୍ରିକଲ୍‍ଚର ଅଫିସରରେ ୨୬୧ଟି, ଆସିଷ୍ଟାଣ୍ଟ ଡିରେକ୍ଟର ଓପିଏସ୍‍ କ୍ୟାଡର୍‍ରେ ୯ଟି, ଡ୍ରଗ୍ସ ଇନ୍ସପେକ୍ଟର ୪୭ଟି ଏବଂ ୧୩୯ଟି ଏସ୍‍ଟି ଓ ଏସ୍‍ସି ବିଭାଗର ପିଜିଟି ବିଜ୍ଞାନରେ ପଦବୀକୁ ପୂରଣ କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଅନ୍ୟପକ୍ଷରେ ଚଳିତବର୍ଷ ଏବେ ସୁଦ୍ଧା ୧୫୪୫ଟି ପଦବୀ ପୂରଣ ହୋଇଛି।ତନ୍ମଧ୍ୟରୁ ଏଗ୍ରିକଲ୍‍ଚର ବିଭାଗର ଆସିଷ୍ଟାଣ୍ଟ ହର୍ଟିକଲ୍‍ଚର ଅଫିସର ଏବଂ ଆସିଷ୍ଟାଣ୍ଟ ଏଗ୍ରିକଲ୍‍ଚର ଅଫିସର ପାଇଁ ୬୦ଟି, ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ ୧୪୬, ଓଡ଼ିଶା ସିଭିଲ୍‍ ସର୍ଭିସ୍‍ର ୩୯୨ଟି, ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୨୫୦ଟି, ବିଭିନ୍ନ କଲେଜ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ୪୪୮, ଓଜେଏସ୍‍ ୫୦, ଜୁନିୟର କଲେଜରେ ପୋଷ୍ଟ ଗ୍ରାଜୁଏଟ୍‍ ଟିଚର୍ସ ୧୦୦, ଜିଓଲୋଜିଷ୍ଟରେ ୩୨, ପେଟ୍ରୋଲୋଜିଷ୍ଟରେ ୩ ଏବଂ ମାଇନିଂ ଅଫିସରରେ ୫ଟି, ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍‍ ସେରିକଲ୍‍ଚରରେ ୭ଟି ପଦବୀ ପୂରଣ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର