ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ; ଚଢ଼ଉ ବେଳେ ଗେଷ୍ଟ ହାଉସରୁ ୪ ଯୁବତୀ ଉଦ୍ଧାର, ୧୦ ଯୁବକ ଅଟକ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା ଦେହ ବ୍ୟାପାର ରାକେଟକୁ ଧରିଛନ୍ତି ଖୋଦ ବ୍ରହ୍ମପୁର ଏସପି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ । ଗେଷ୍ଟ ହାଉସରେ ଦେହ ବେପାର ଚାଲିଥିବା ଦେଖି […]

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା ଦେହ ବ୍ୟାପାର ରାକେଟକୁ ଧରିଛନ୍ତି ଖୋଦ ବ୍ରହ୍ମପୁର ଏସପି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନିଜେ ଏସପି ବାଇକ ଯୋଗେ ଘଟଣାସ୍ଥଳକୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଗେଷ୍ଟ ହାଉସରେ ଦେହ ବେପାର ଚାଲିଥିବା ଦେଖି ବ୍ରହ୍ମପୁର ଏସପି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରି ୧୦ଜଣ ଗ୍ରାହକ ସହ ୪ଜଣ ରୁପଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ତେବେ ଏହି ସେକ୍ସ ରାକେଟ୍ କିଏ ଚଲାଉଥିଲା ଓ ରାକେଟର ଚେର କେତେ ଲମ୍ବା ସେନେଇ ପୋଲିସ ଖୋଳତାଡ଼ କରୁଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର