ବାତ୍ୟା ଆଶଙ୍କା କ୍ଷୀଣ, ଆଜି ଆଣ୍ଡାମାନରେ ଘୂର୍ଣ୍ଣିବଳୟ

The Sakala Picture
Published On

ଭୁବନେଶ୍ୱର: ବୁଧବାର ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବ। ଯାହାର ପ୍ରଭାବରେ ୬ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପାସଗରେ ଓ ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୪୦-୫୦ କିମି ପହଞ୍ଚିବ। ବେଳେ ବେଳେ ଏହା ବୃଦ୍ଧିଘଟି ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ […]

ଭୁବନେଶ୍ୱର: ବୁଧବାର ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବ। ଯାହାର ପ୍ରଭାବରେ ୬ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପାସଗରେ ଓ ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୪୦-୫୦ କିମି ପହଞ୍ଚିବ। ବେଳେ ବେଳେ ଏହା ବୃଦ୍ଧିଘଟି ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହା ବାତ୍ୟା ହେବ କି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଏହା ବାତ୍ୟା ଆଶଙ୍କା କ୍ଷୀଣ ବୋଲି ଦର୍ଶାଇଛନ୍ତି। ଏହା ସହିତ ବାତ୍ୟା କିମ୍ବା ଅବପାତ ହେଲେ ମଧ୍ୟ ଓଡ଼ିଶାରେ ଉପରେ ଏହାର କୌଣସି ପ୍ରଭାବ ରହିବନାହିଁ ବୋଲି ପ୍ରାୟ ସମସ୍ତ ମଡେଲ୍‍ ଆକଳନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଆଇଏମଡି ଜିଏଫ୍‍ଏସ୍‍ ମଡେଲ୍‍ର ଆକଳନ ଅନୁଯାୟୀ, ତାମିଲନାଡ଼ୁ ଉପକୂଳରେ ପହଞ୍ଚିବା ବେଳକୁ ଅବପାତର ରୂପ ନେଇ ପହଞ୍ଚିବ। ୫ ଦିନ ହେବ ଏହି ମଡେଲ୍‍ ସମାନ ଆକଳନ ଜାରି ରଖି ଆସିଛି। ଅପରପକ୍ଷେ ଏନସିଏମଆର୍‍ଡବ୍ଲୁଏଫ୍‍ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଉଥିବା ଏନକମ୍‍ ମଡେଲ୍‍ ଭିନ୍ନ ଆକଳନ କରି ଦର୍ଶାଉଛି ଯେ ଏହା କେବଳ ଏକ ଲଘୁଚାପ ଭାବେ ତାମିଲ୍‍ନାଡ଼ୁ କିମ୍ବା ଶ୍ରୀଲଙ୍କା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବିଶ୍ୱର ମଧ୍ୟମ ଅବଧି ପାଇଁ ସର୍ବଶ୍ରେଷ୍ଟ ଆକଳନକାରୀ ମଡେଲ୍‍ ଇସିଏମଡବ୍ଲୁଏଫ୍‍ କହୁଛି ଯେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ। ଏହି ସମୟରେ ଏହା ସାମାନ୍ୟ ଘନୀଭୂତ ହୋଇ ଅବପାତର ରୂପ ନେବ ଏବଂ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ। ଅପରପକ୍ଷେ ଆମେରିକାର ଅତି ବିଶ୍ୱସ୍ତ ଗ୍ଲୋବାଲ୍‍ ଏନ୍‍ସେଫ୍‍ ମଡେଲ୍‍ ଏହାକୁ ଭିନ୍ନ ଆକଳନ କରି ଏହି ଲଘୁଚାପ କ୍ଷେତ୍ର ଶକ୍ତିଶାଳୀ ହୋଇ ଅବପାତର ରୂପ ନେବା ପରେ ଏହାର ଗତି ପଥ ବଦଳାଇ ମ୍ୟାଁମାର ଉପକୂଳ ମୁହାଁ ହେବ ବୋଲି ଦର୍ଶାଉଛି। ସମ୍ଭବତଃ ନିଜ ଗତି ପଥରେ ଏହି ଅବପାତ ଘନୀଭୂତ ହୋଇ ଏକ ‘ଜୱାଦ’ ପରି ଏକ ଦୁର୍ବଳ ବାତ୍ୟାର ରୂପ ନେଇପାରେ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ତେବେ ସମସ୍ତ ମଡେଲର ଆକଳନ କହୁଛି ଯେ ଏହି ପାଣିପାଗ ଜନିତ ଷିଷ୍ଟମର କୌଣସି ପ୍ରବାବ ଓଡ଼ିଶା ଉପରେ ରହିବ ନାହିଁ। ୨ ସପ୍ତାହ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପକ୍ଷେତ୍ର ସାମାନ୍ୟ ଘନୀଭୂତ ହେବାର ସମ୍ଭାବନା ଥିବା ବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ନ ଥିବା ବେଳେ ଚଳିତ ବର୍ଷ ସମାନ ରେକର୍ଡ ଜାରି ରହିବାର ସମ୍ଭାବନା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: 'ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର