ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚ୍‌ରେ ନାମଲେଖା ଲାଗି ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ମେ’ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ। ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ୍‌ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍‌ ରେଫ୍ରିଜରେସନ୍‌, ଭର୍ଟିକାଲ […]

ଭୁବନେଶ୍ୱର : ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୫-୨୬ ବ୍ୟାଚ୍‌ରେ ନାମଲେଖା ଲାଗି ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ସ୍କୁଲ ଅଫ୍‌ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ମେ’ ୩ ତାରିଖ ସୁଦ୍ଧା ଆବେଦନ କରିପାରିବେ। ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ୍‌ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍‌ ରେଫ୍ରିଜରେସନ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌ (ଲିଫ୍ଟ ଟେକ୍ନୋଲୋଜି) ଏବଂ ପ୍ରିସିସନ୍‌ ଇଞ୍ଜିନିୟରିଂ ଆଦି ବିଷୟ ରହିଛି।

ଏଥିପାଇଁ ପ୍ରାର୍ଥୀ ଓଡ଼ିଶାର କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ। ସେହିପରି ସ୍କୁଲ ଅଫ୍‌ ସର୍ଭିସେସ୍‌ ବିଭାଗ ଅଧୀନରେ ଅତ୍ୟାଧୁନିକ ବ୍ୟୁଟି ଆଣ୍ଡ ୱେଲନେସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୁକ୍ତ ୨, ସଂପୃକ୍ତ ବିଷୟରେ ଆଇଟିଆଇ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍‌ରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ନାମଲେଖା ପାଇଁ ଆବେଦନ କରିପାରିବେ।

ଚଳିତ ବ୍ୟାଚ୍‌ରୁ ରାଜ୍ୟ ବାହାରର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବା ସହ ସେମାନଙ୍କ ପାଇଁ ୧୦ପ୍ରତିଶତ ପର୍ଯ୍ୟନ୍ତ ସିଟ୍‌ ସଂରକ୍ଷଣ ରହିବ। ଏହି କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବ୍ରୋଟୋରୀ, ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି, ଫିନିସିଙ୍ଗ୍‌ ସ୍କୁଲ ଢାଞ୍ଚାରେ ଶିକ୍ଷା ଓ ତାଲିମ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବାକୁ ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯିବା ସହ ପ୍ରତିବର୍ଷ ୨୪ ଛାତ୍ରଛାତ୍ରୀଙ୍କୁ ସିଙ୍ଗାପୁରର ବିଭିନ୍ନ କମ୍ପାନୀରେ ପେଡ୍‌ ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ଦିଆଯାଉଛି।

About The Author: The Sakala