ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା..

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଶୁକ୍ରବାର ବର୍ଷାର ପ୍ରଭାବ ଅଧିକ ରହିଥିବା ବେଳେ ମୟୂରଭଞ୍ଜଠାରୁ ଗଞ୍ଜାମ ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହି ଅବପାତ ଶନିବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମୁହାଁ ହୋଇ ସେଠାରେ ସ୍ଥଳଭାଗ ଅତିକ୍ରମ କରିବ। ତେଣୁ ଶନିବାର ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଶୁକ୍ରବାର ବର୍ଷାର ପ୍ରଭାବ ଅଧିକ ରହିଥିବା ବେଳେ ମୟୂରଭଞ୍ଜଠାରୁ ଗଞ୍ଜାମ ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହି ଅବପାତ ଶନିବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମୁହାଁ ହୋଇ ସେଠାରେ ସ୍ଥଳଭାଗ ଅତିକ୍ରମ କରିବ। ତେଣୁ ଶନିବାର ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ଶନିବାର ନବରଙ୍ଗପୁର ଜିଲ୍ଲା ପାଇଁ ସବୁଠୁ ଅଧିକ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଶନିବାର ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ନେଇ ଆକଳନ କରାଯାଇଛି।

ମାତ୍ର ଏହି ଅବପତା ଓଡ଼ିଶା ଅତିକ୍ରମ କରିବା ପରେ ପୁଣି ଏକ ଲଘୁଚାପ ଆସନ୍ତା ୨ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସବୁ ନଦୀରେ ଜଳସ୍ତର ଉଚ୍ଚା ରହିଥିବାରୁ ଆସନ୍ତା ଲଘୁଚାପକୁ ନେଇ ମଧ୍ୟ ଡର ବଢ଼ିଛି। ୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା କରାଇପାରେ। ତେଣୁ ଆସନ୍ତା ଲଘୁଚାପ ଉପରେ ଏବେଠାରୁ ନଜର ରହିଛି।

About The Author: The Sakala