ସମ୍ବଲପୁର: ଉପରମୁଣ୍ଡରେ କ୍ରମାଗତ ଭାବେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଯାହାଫଳରେ ହୀରାକୁଦରେ ଏବେ ଜଳସ୍ତର ବଢିବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ସୁଧା ମୋଟ ୨୮ ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି।
ଆଜି ମଧ୍ୟାହ୍ନ ବେଳକୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୮.୬୫ ଫୁଟରେ ପହଞ୍ଚିଛି | ମଙ୍ଗଳବାର ସଂଦ୍ଧ୍ୟାରେ ୬ଟି ଗେଟ ଖୋଲାଯାଇଥିବା ବେଳେ ବୁଧବାର ପର୍ଯ୍ୟାୟ କ୍ରମେ ୧୮ଟି ଗେଟ ଖୋଲିଲା । ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଥିଲା । ସେହିପରି ୨୮ ଗେଟ୍ ଦେଇ ୪ ଲକ୍ଷ୍ୟ ୮୦ ହଜାର ୬୯୨ କ୍ୟୁସେକ ଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ରେ ଥିବା ଖାଇରମାଲ ସେକେଣ୍ତ ପ୍ରତି ୬ ଲକ୍ଷ୍ୟ ୩୮ ହଜାର କ୍ୟୁସେକ, ବାରମୂଳ ରେ ୪ ଲକ୍ଷ୍ୟ ୮୨ ହଜାର ୨୫୦ କ୍ୟୁସେକ ଏବଂ ମୁଣ୍ଡୁଳି ରେ ୫ ଲକ୍ଷ୍ୟ ୮୨ ହଜାର ୮୬୫ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଉଛି ।