ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ; ୩ ମାସରେ ମୃତ୍ୟୁବରଣ କଲେଣି ୧୦ ଜଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) । ଆଜି ପ୍ରାତଃ ସମୟରେ ମହିଳା ଜଣକ ଆମ୍ବ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ମହିଳାଙ୍କ ମୃତ୍ୟୁକୁ ନେଇ ତଳଗଡ଼ ଗାଁରେ ଉତେଜନା ଦେଖାଦେଇଛ। […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭) । ଆଜି ପ୍ରାତଃ ସମୟରେ ମହିଳା ଜଣକ ଆମ୍ବ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ମହିଳାଙ୍କ ମୃତ୍ୟୁକୁ ନେଇ ତଳଗଡ଼ ଗାଁରେ ଉତେଜନା ଦେଖାଦେଇଛ। ସୂଚନା ଥାଉକି ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବନ୍ତଳା ବନଆଞ୍ଚରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଲାଣି । ହାତୀ ପାଇଁ ଗାଁ ଗାଁରେ କୋକୁଆ ଭୟ ସୃଷ୍ଟି ହେଲାଣି ।

About The Author: The Sakala