ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାବାଇକକୁ ଧକ୍କା ଦେଇଛି ଟ୍ରକ୍। ଫଳରେ ଘଟଣାସ୍ଥାଳରେ ବାପା-ଝିଅଙ୍କ ମୃତ୍ଯୁ ଘଟିଛି। ମୃତକ ଦୁଇ ଜଣ ହେଲେ ସୁନିଲ କୁମାର ସାହୁ ଓ ସଙ୍ଗୀତା ସାହୁ।
ସୂଚନା ଅନୁଯାୟୀ, ସୁନିଲ ସାହୁ କଣିହାଁ ବ୍ଲକରେ କାମ କରୁଥିଲେ। ଝିଅ ସଙ୍ଗୀତା ସାହୁ କଣିହାଁ ବ୍ଲକରେ ଅଙ୍ଗନୱାଡିର ସୁପର ଭାଇଜର ରୂପେ କାମ କରୁଥିଲେ। ଆଜି ସକାଳେ ସୁନିଲ ଖମାର ଅଞ୍ଚଳରୁ କଣିହାଁ ଅଭିମୁଖେ ନିଜ ଝିଅ ନେଇ ବାଇକରେ ଯାଉଥିଲେ। ଏତିକି ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ କାବୁ କରି ନିସ୍ତୁକ ମାଡ କାରିଛନ୍ତି ଲୋକେ। ଫଳରେ ଟ୍ରକ୍ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକ୍କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।