ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ନିକଟସ୍ଥ ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ବିଞ୍ଗ୍ୟାନ ଛାତ୍ର ବିବେକାନନ୍ଦ ସାହୁ ବୋଲି ଜଣା ପଡିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ବରପଦା […]

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ନିକଟସ୍ଥ ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ପ୍ରଥମବର୍ଷ ବିଞ୍ଗ୍ୟାନ ଛାତ୍ର ବିବେକାନନ୍ଦ ସାହୁ ବୋଲି ଜଣା ପଡିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ସାହୁ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ହୋଇଥିବା ବେଳେ ମହାବିଦ୍ୟାଳୟ ନିକଟସ୍ଥ ସାପୋଇସାହି ଛକ ଠାରେ ଥିବା ବାପୁଜି ଏକାଡେମି ନାମକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ। କିନ୍ତୁ ଆଜି(ଗୁରୁବାର) ସକାଳେ ହଷ୍ଟେଲ ପଛପାଖରୁ ୨୦୦ମିଟର ଦୂର ଏକ ମହୁଲ ଗଛରେ ବିବେକାଙ୍କ ମୃତ ଦେହ ଝୁଲୁଥିବା ସ୍ଥାନୀୟ କିଛି ମହୁଲ ଗୋଟାଳି ଦେଖି ହଷ୍ଟେଲର ମାଲିକଙ୍କୁ ଖବର ଦେଇଥିଲେ । ଖବର ପଇ ହଷ୍ଟେଲ ମାଲିକ ପରିବାର ଲୋକଙ୍କୁ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଝୁଲନ୍ତ ମୃତଦେହକୁ ଦେଖିବା ପରେ କେହି ବିବେକାନନ୍ଦଙ୍କୁ ମାରି ଝୁଲାଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଛେଣ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି।

About The Author: The Sakala