ଓଡ଼ିଶା ମାଟିରେ ପେନ୍ଥା ପେନ୍ଥା ହୋଇ ଫଳିଛି ଥାଇଲାଣ୍ଡ ବରକୋଳି, ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପ୍ରଶାନ୍ତ କୁମାର

The Sakala Picture
Published On

ଅନୁଗୋଳ(ସଂଗ୍ରାମ ଦାସ): ପେନ୍ଥା ପେନ୍ଥା ହୋଇ ଫଳିଛି ଥାଇଲାଣ୍ଡ ବରକୋଳି । ତାହା ପୁଣି ଓଡ଼ିଶା ମାଟିରେ। ଆମ ରାଜ୍ୟର ଜଳବାୟୁରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଅନୁଗୋଳ ବ୍ଲକ ବନ୍ଦାଣପଶି ଗାଁର କିଛି ଚାଷୀ। କାହାର ସହାୟତା ବିନା ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଏଭଳି ଏକ ଲାଭଦାୟକ ଫସଲ କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଣେ ଚାଷୀ। ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ସେମିତି ସୁସ୍ୱାଦୁ। […]

ଅନୁଗୋଳ(ସଂଗ୍ରାମ ଦାସ): ପେନ୍ଥା ପେନ୍ଥା ହୋଇ ଫଳିଛି ଥାଇଲାଣ୍ଡ ବରକୋଳି । ତାହା ପୁଣି ଓଡ଼ିଶା ମାଟିରେ। ଆମ ରାଜ୍ୟର ଜଳବାୟୁରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଅନୁଗୋଳ ବ୍ଲକ ବନ୍ଦାଣପଶି ଗାଁର କିଛି ଚାଷୀ। କାହାର ସହାୟତା ବିନା ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଏଭଳି ଏକ ଲାଭଦାୟକ ଫସଲ କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଜଣେ ଚାଷୀ। ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ସେମିତି ସୁସ୍ୱାଦୁ। ତେଣୁ ଚାହିଦା ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଚାଷୀ ପ୍ରଥମେ ଏହି କୋଳି ସମ୍ପର୍କରେ ଇଣ୍ଟରନେଟରୁ ଜାଣିବାକୁ ପାଇଥିଲେ। ଏହାପରେ କଲିକତାର ଏକ ନର୍ସରି ସହ ଯୋଗାଯୋଗ କରି ଗତ ବର୍ଷ ଚାରା ମଗାଇଥିଲେ। ଗତବର୍ଷ ମାତ୍ର ୧୦୦ଟି ଗଛ ଲଗାଇ ୨୦ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରିଥିଲେ। ଏହି ଚାରା ଥରେ ଲଗାଇଲେ ପ୍ରାୟ ୭/୮ବର୍ଷ ପର୍ଯ୍ୟନ୍ତ ରହେ। ପ୍ରତିବର୍ଷ କେବଳ ଡାଳ ଗୁଡିକ କାଟିବାକୁ ପଡେ। ଏହାଛଡା ବିଶେଷ ପାଣି ଓ ସାର ଔଷଧର ଆବଶ୍ୟକତା ପଡ଼େ ନାହିଁ। ଗୋଟିଏ ଗୋଟିଏ ଗଛରେ ୪୦ରୁ ୫୦ କେଜି ପର୍ଯ୍ୟନ୍ତ ଫଳ ହୁଏ। କେଜି ପ୍ରତି ଅତି କମରେ ୫୦ଟଙ୍କା ବିକ୍ରି ହୁଏ। ତେଣୁ ପ୍ରଚୁର ଲାଭ ହୁଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶାନ୍ତ ଚଳିତ ବର୍ଷ ହଜାରରୁ ଅଧିକ ଗଛ ଲଗାଇଛନ୍ତି। ତାଙ୍କ ଠାରୁ ଦେଖି ଆଉ ୩ ଜଣ ଚାଷୀ ମଧ୍ୟ ହଜାର ହଜାର ସଂଖ୍ୟାରେ ଗଛ ଲଗାଇଛନ୍ତି। ଏହି ଚାଷରେ ଖର୍ଚ୍ଚ କମ ଏବଂ ଅମଳ ଅଧିକ ହୁଏ। ଫଳ ଧରିବା ସମୟରେ ଚଢେଇ ଏକମାତ୍ର ଶତ୍ରୁ। ତେଣୁ ଚାଷୀମାନେ ମଞ୍ଚରେ ରହି ଟିଣ ବଜାଇ ଚଢେଇ ଘଉଡାନ୍ତି। ଥାଇଲାଣ୍ଡ ବର କୋଳିର ଚାହିଦା ଏବଂ ଲାଭ ହେଉଥିବା ଦେଖି ଏବେ ଅନେକ ଚାଷୀ ଏହି ଚାଷ କରିବାକୁ ଆଗେଇ ଆସିଲେଣି। ଉଦ୍ୟାନ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ କେବଳ ଅନୁଗୋଳ ଜିଲ୍ଲା କାହିଁକି ସାରା ରାଜ୍ୟରେ ଏହି କୋଳି ଉତ୍ପାଦନ ବୃଦ୍ଧିପାଇବ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର