ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

ପଟ୍ଟାଙ୍ଗି: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା କୋଟିଆରେ ଆନ୍ଧ୍ର କରିବ ପଞ୍ଚାୟତ ନିର୍ବାଚନ।  ପଞ୍ଚାୟତର ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ପଞ୍ଚାୟତରେ ଫଗୁଣସିନେରୀ, ଗଞ୍ଜେଇ ପଦର ଏବଂ ଫାଟୁସିନେରୀ ୩ଟି ଗ୍ରାମରେ ନିର୍ବାଚନ ହେବ ବୋଲି ଜଣାପଡିଛି। ଉକ୍ତ ଗ୍ରାମଗୁଡ଼ିକୁ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‌ ମାନ୍ୟାମ୍‌ ଜିଲ୍ଲା ସାଲୁର ନିର୍ବାଚନମଣ୍ଡଳୀର ଅନ୍ତର୍ଗତ ସାଲୁର୍‌ ବ୍ଲକର ୩ ପଞ୍ଚାୟତ କରି ସେଥିରେ ରଖାଯାଇଛି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ନିର୍ବାଚନ ହେବ। ଆନ୍ଧ୍ର ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଙ୍କ ଦ୍ୱାରା ସଂରକ୍ଷଣ ନୋଟିଫିକେଶନ ୭୩୮/ଏସ୍‌ଇସି ଏଫ୍‌୧/୨୦୨୬-୫ ଜାରି କରାଯାଇଛି। ଆସନ୍ତା ୩ ତାରିଖରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ କରାଯିବ। 

ସେହିପରି ୨୬, ୨୯ ଓ ୨ ଡିସେମ୍ବରରେ ମଧ୍ୟରେ ୩ ପର୍ଯ୍ୟାୟରେ ସରପଞ୍ଚ ନିର୍ବାଚନ ରହିଛି।  ପୌର ଏବଂ ସମିତି ସଭ୍ୟା ସଭ୍ୟ ଓ ଜିଲା ପରିଷଦ ସଭ୍ୟାସଭ୍ୟ ପାଇଁ ୧୬ ଅକ୍ଟୋବର ଦିନ ୧୧ଟାରୁ ଅପରାହ୍ନ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ୧୮ରେ ନାମାଙ୍କନ ଦାଖଲ ଶେଷ, ୧୯ରେ ନାମାଙ୍କନ ପତ୍ର ଯାଞ୍ଚ, ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର  ଏବଂ ୩ଟା ପରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୬ ତାରିଖରୁ ରାଜ୍ୟର ଅଧିକାରୀମାନେ ବୁଥ୍‌ ଗୁଡ଼ିକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡିଛି। 

About The Author: Madhusudan Das