ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ବୁଲୁଛି ଆନ୍ଧ୍ରାର ବେଆଇନ ଟ୍ରଲର

ଛତ୍ରପୁର: ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ନିକଟ ୨କିମି ମଧ୍ୟରେ ଆନ୍ଧ୍ରାର ଟ୍ରଲର ଗୁଡ଼ିକ ବେଆଇନ ଭାବେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ବିରୋଧ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବହୁବାର ଆନ୍ଧ୍ରାର ଟ୍ରଲର୍‌ ଗୁଡ଼ିକ ଏଭଳି ଏହି ଅଞ୍ଚଳକୁ ଆସି ସ୍ଥାନୀୟ ମତ୍ସଜୀବୀଙ୍କ ଜୀବୀକା ଛଡ଼ାଇ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ନିକଟ ୩ କିମି […]

ଛତ୍ରପୁର: ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ନିକଟ ୨କିମି ମଧ୍ୟରେ ଆନ୍ଧ୍ରାର ଟ୍ରଲର ଗୁଡ଼ିକ ବେଆଇନ ଭାବେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ବିରୋଧ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବହୁବାର ଆନ୍ଧ୍ରାର ଟ୍ରଲର୍‌ ଗୁଡ଼ିକ ଏଭଳି ଏହି ଅଞ୍ଚଳକୁ ଆସି ସ୍ଥାନୀୟ ମତ୍ସଜୀବୀଙ୍କ ଜୀବୀକା ଛଡ଼ାଇ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ନିକଟ ୩ କିମି ପରିବେଶରେ ଆନ୍ଧ୍ରା ଟ୍ରଲର ଗୁଡ଼ିକ ଘୁରି ବୁଲୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେଖି ବିଭାଗୀୟ ଅଧିକାରୀ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ।

ନିୟମାନୁଯାୟୀ ସମୁଦ୍ର ଟ୍ରଲର ମାଛ ମାରିବା ବେଆଇନ ହେଉଥିବାରୁ କିପରି ଆନ୍ଧ୍ରାର ମାଛ ବ୍ୟବସାୟୀ ମାନେ ଏହି ଅଞ୍ଚଳରେ ପ୍ରବେଶ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିୟମ ରହିଥିଲେ ମଧ୍ୟ ଏହା ସଠିକ୍‌ ଭାବେ କରାଯାଇନଥିବାରୁ ଆନ୍ଧ୍ରାର ଦଲାଲ ମାନେ ଏହି ଅଞ୍ଚଳରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ମାଛ ନେଇ ଯାଉଥିବା ନେଇ ବହୁବାର ଅଭିଯୋଗ ଆସିଥିଲେ । ମଧ୍ୟ ଏହା ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅଞ୍ଚଳର ମତ୍ସଜୀବୀମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଉଥିବା ବେଳେ କମ ପରିମାଣରେ ମାଛ ପଡୁଥିବା ଦେଖିବାକୁ ମିଳୁଛି । ମତ୍ସ୍ୟଜୀବୀ ମାନେ ନିଜର ଗୁଜୁରାଣ ମେଣ୍ଟାଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ ଅଧିକାରୀ, ତଟରକ୍ଷୀ ବାହିନୀ ଓ ପୁଲିସ୍‌ର କଡ଼ାକଡ଼ି ସମୁଦ୍ର ଭିତରେ ପାଟ୍ରୋଲିଂ କଲେ ଏପରି ଟ୍ରଲର ଗୁଡ଼ିକ ବହୁ ଧରାପଡ଼ିବ ବୋଲି ଅଞ୍ଚଳର ମତ୍ସ୍ୟଜୀବୀ ମାନେ କହିବା ସହ ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

About The Author: The Sakala