ନବୀନଙ୍କ ବିରୋଧରେ ଅପମାନଜନକ-ଅଶାଳୀନ ଓ ମିଥ୍ୟା ଭିଡିଓ ପ୍ରସାରଣ, ଡିଜିଙ୍କୁ ଚିଠି ଲେଖିଲେ ଅମର

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଘୃଣ୍ୟ, ମିଥ୍ୟା, ଅପମାନଜନକ ତଥା ମନଗଢ଼ା ଭିଡିଓ ପ୍ରସାରଣ ବିରୋଧରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ଆଇଟି ଓ ସୋସିଆଲ ମିଡିଆ ସେଲ ଆବାହକ ଡ. ଅମର ପଟ୍ଟନାୟକ। ଏନେଇ ସେ ଡିଜିଙ୍କୁ ଚିଠି ଲେଖି ଦୁଇଟି ଭିଡିଓ ସମ୍ପର୍କରେ ବିଶଦ ତଥ୍ୟ ପ୍ରଦାନ ସହ ଦୋଷୀଙ୍କୁ ଚିହ୍ନଟ ସହ ୨୪ ଘଣ୍ଟା ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ […]

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଘୃଣ୍ୟ, ମିଥ୍ୟା, ଅପମାନଜନକ ତଥା ମନଗଢ଼ା ଭିଡିଓ ପ୍ରସାରଣ ବିରୋଧରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ଆଇଟି ଓ ସୋସିଆଲ ମିଡିଆ ସେଲ ଆବାହକ ଡ. ଅମର ପଟ୍ଟନାୟକ। ଏନେଇ ସେ ଡିଜିଙ୍କୁ ଚିଠି ଲେଖି ଦୁଇଟି ଭିଡିଓ ସମ୍ପର୍କରେ ବିଶଦ ତଥ୍ୟ ପ୍ରଦାନ ସହ ଦୋଷୀଙ୍କୁ ଚିହ୍ନଟ ସହ ୨୪ ଘଣ୍ଟା ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଲେଖିଥିବା ଚିଠିରେ ଡ. ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ଦେଶର ଜଣେ ପ୍ରତିଷ୍ଠିତ ଅନନ୍ୟ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଓଡ଼ିଆଙ୍କ ଛତା ନାମରେ ଏକ ଫେସବୁକ ଆକାଉଣ୍ଟରେ ଏହି ଆପତ୍ତିଜନକ ଓ ଦୁର୍ଭାବନାପୂର୍ଣ୍ଣ ଭିଡିଓ ପ୍ରସାରିତ କରାଯାଉଛି। ଏହି ଭିଡିଓର ବିଷୟବସ୍ତୁ ଗୁଡ଼ିକ କେବଳ ଅତ୍ୟନ୍ତ ମାନହାନୀକାରକ ତଥା ନିନ୍ଦନୀୟ ନୁହେଁ; ବରଂ ଏହା ସ୍ପଷ୍ଟ ଭାବେ ନବୀନ ପଟ୍ଟନାୟକ, ଭି. କେ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ସାମାଜିକ ପ୍ରତିଷ୍ଠାକୁ ଖରାପ କରିବା ସାଧୁତାକୁ ପ୍ରଶ୍ନ କରିବା ଏବଂ ମାନସିକ ଯନ୍ତ୍ରଣା ଦେବା ସହ ସାମାଜିକ ବିଶୃଙ୍ଖଳା ଏବଂ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି ଡ. ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

ତେଣୁ ଡିଜି ଏହି ଘଟଣାକୁ ଗୁରୁତ୍ବର ଭାବେ ଗ୍ରହଣ କରି ଫେସବୁକ ଆକାଉଣ୍ଟ ‘ଓଡ଼ିଆ ଛାଟ’ ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ମେଟା ତୁରନ୍ତ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନେବାକୁ ଡ. ପଟ୍ଟନାୟକ ଦାବି କରିଛନ୍ତି। ଏପରି ଅପମାନଜନକ ଭିଡିଓକୁ ତୁରନ୍ତ ସାମାଜିକ ଗଣମାଧ୍ୟମରୁ ହଟାଇବା ସହ ଘଟଣାରେ ଜଡ଼ିତ ଦୋଷୀଙ୍କ ବିରୋଧରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଡ. ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ବିଜେଡି ଆଇଟି ସେଲ୍‌ ମଧ୍ୟ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ର ବିଜେଡି ନେତା ରକି ଦାସଙ୍କ ସମେତ ଅନ୍ୟ ନେତାମାନେ ଥାନାରେ ଏତଲା ଦେଇଛନ୍ତି। ବିରୋଧୀ ଦଳ ନେତା, ଭିକେ ପାଣ୍ଡିଆନ ଓ ସୁଜାତା ରାଉତଙ୍କ ମାନହାନି କରିବା ଏଆଇ ମାଧ୍ୟମରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଉଛି। ସଂପୃକ୍ତ ଫେସବୁକ ଆଇଡି ପରିଚାଳକଙ୍କ ବିରୋଧ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

About The Author: The Sakala