ଭୁବନେଶ୍ବର: ପୁଣି ଏକ ଦୁର୍ଘଟଣା ଘଟାଇଲା 'ଆମ ବସ୍' । ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା 'ଆମ ବସ୍' । 'ଆମ ବସ୍' ଧକ୍କାରେ ସ୍କୁଟି ଚାଳକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାତ୍ରପଡ଼ା ଡିପୋରୁ ବାହାରି ଦୁମଡୁମା ରୁଟରେ ଯିବା ସମୟରେ ଦୁର୍ଘଟଣା ଘଟାଇଛି 25 ନମ୍ୱର 'ଆମ ବସ୍' । ଗତ କିଛି ଦିନ ହେବ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛି ଆମ ବସ୍। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠୁଛି।