ଗଞ୍ଜାମ: ପୁଣି ଥାନାରେ ଥାର୍ଡ ଡିଗ୍ରି । ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଥାନାରେ ଯୁବକଙ୍କୁ ମାଡ଼ ପରେ ଗୁରୁତର ହେଲେ, ମାତ୍ର ଡାକ୍ତରଖାନାରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ ।
ଯୁବକକୁ କୌଣସି ଏକ ମାମଲାର ତଦନ୍ତ ପାଇଁ ପୋଲିସ ଉଠାଇ ନେଇ ଅକଥନୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ଡକାଇ ଗୁରୁତର ଅବସ୍ଥାରେ ପଠାଇ ଦେଇଥିଲା ପୋଲିସ । ଆଜି ତାଙ୍କର MKCGରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ପୋଲିସ କର୍ମଚାରୀଙ୍କ ମାଡ଼ରେ ସମ୍ପୃକ୍ତ ଯୁବକ ଜଣକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ମେଡ଼ିକାଲ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ।