ମଝି ଆକାଶରେ ଗୁରୁତର ଅସୁସ୍ଥ ହେଲେ ଯାତ୍ରୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ବର : ମଝି ଆକାଶରେ ବିମାନରେ ଥିବା ଜଣେ ଯାତ୍ରୀ ହଠାତ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହା ଫଳରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ସୂଚନାଅନୁସାରେ ରାଞ୍ଚିରୁ ଚେନ୍ନାଇ ଯାଉଥିଲା ଏୟାର ଏସିଆ ବିମାନ। ମଝି ଆକାଶରେ ହଠାତ ବିମାନରେ ଥିବା ଜଣେ ଯାତ୍ରୀ ବସନ୍ତ କୁମାର ପୱନ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ବସନ୍ତ ବିମାନ ମଧ୍ୟରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେ। ଯାହା […]

ଭୁବନେଶ୍ବର : ମଝି ଆକାଶରେ ବିମାନରେ ଥିବା ଜଣେ ଯାତ୍ରୀ ହଠାତ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହା ଫଳରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି।

ସୂଚନାଅନୁସାରେ ରାଞ୍ଚିରୁ ଚେନ୍ନାଇ ଯାଉଥିଲା ଏୟାର ଏସିଆ ବିମାନ। ମଝି ଆକାଶରେ ହଠାତ ବିମାନରେ ଥିବା ଜଣେ ଯାତ୍ରୀ ବସନ୍ତ କୁମାର ପୱନ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ବସନ୍ତ ବିମାନ ମଧ୍ୟରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେ। ଯାହା ଫଳରେ ବିମାନଟିର ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ  ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର କଣ୍ଟୋଲରୁମ୍‌ ସହ ଯୋଗାଯୋଗ କରିଥିଲେ। ଯାଥାଶିଘ୍ର ବିମାନଟିକୁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ  ଜରୁରୀ ଅବତରଣ କରାଯାଇଥିଲା। ବିମାନ ଅବତରଣ କରାଯିବା ପରେ ତତକ୍ଷଣାତ ଅସୁସ୍ଥ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

About The Author: The Sakala