ପ୍ରେମ ନିବେଦନରେ ବିଫଳ ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ,ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

ଖଇରା : ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଜନୈକ ନାବାଳିକାଙ୍କୁ ପ୍ରେମ ନିବେଦନରେ ବିଫଳ ହେବା ପରେ ସଂପୃକ୍ତ ଯୁବକ ଜଣକ ଏଜ ଧାରୁଣା ଛୁରିରେ ଉକ୍ତ ନାବାଳିକାର କାନ ମୁହଁ ତଥା ଶରୀରର ବିଭିନ୍ନ ଅଂଶକୁ କାଟି ରକ୍ତାକ୍ତ କରିଛି । ଖଇରା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା(୧୨୭/୨୧) ରୁଜୁ କରି ଆକ୍ରମଣ କରିଥିବା ଗ୍ରାମର ସଂପୃକ୍ତ ଯୁବକ ରଶ୍ମିରଞ୍ଜନ ଦାସ(୨୪)ଙ୍କୁ ଗିରଫ କରିଛନ୍ତି। ରବିନ୍ଦ୍ର ଦାସଙ୍କ ପୁଅ ରଶ୍ମିରଞ୍ଜନ […]

ଖଇରା : ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଜନୈକ ନାବାଳିକାଙ୍କୁ ପ୍ରେମ ନିବେଦନରେ ବିଫଳ ହେବା ପରେ ସଂପୃକ୍ତ ଯୁବକ ଜଣକ ଏଜ ଧାରୁଣା ଛୁରିରେ ଉକ୍ତ ନାବାଳିକାର କାନ ମୁହଁ ତଥା ଶରୀରର ବିଭିନ୍ନ ଅଂଶକୁ କାଟି ରକ୍ତାକ୍ତ କରିଛି । ଖଇରା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା(୧୨୭/୨୧) ରୁଜୁ କରି ଆକ୍ରମଣ କରିଥିବା ଗ୍ରାମର ସଂପୃକ୍ତ ଯୁବକ ରଶ୍ମିରଞ୍ଜନ ଦାସ(୨୪)ଙ୍କୁ ଗିରଫ କରିଛନ୍ତି। ରବିନ୍ଦ୍ର ଦାସଙ୍କ ପୁଅ ରଶ୍ମିରଞ୍ଜନ ଦାସ କିଛି ଦିନ ତଳେ ସେହି ଗ୍ରାମର ୯ମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲା। ନାବାଳିକା ଜଣକ ଘରେ ଜଣାଇବା ପରେ ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ରଶ୍ମି ବୈଠକରେ ଭୁଲ ମାଗିଥିଲା। ଏଥିରେ ରଶ୍ମି ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା।ଗୁରୁବାର ସକାଳେ ଉକ୍ତ ନାବାଳିକା ଜଣକ ଅନ୍ୟ ୪ଜଣ ସାଙ୍ଗଙ୍କ ସହ ସମ୍ପେଇ ଗ୍ରାମକୁ ଟିଉସନ ଯାଉଥିବା ବେଳେ ସୁଯୋଗ ପାଇ ରଶ୍ମି ଉକ୍ତ ନାବାଳିକାକୁ ଆକ୍ରମଣ କରିଥିଲା। ଅନ୍ୟ ସାଙ୍ଗ ମାନଙ୍କୁ ଆକ୍ରମଣର ଭୟ ଦେଖାଇବାରୁ ସେମାନେ ପାଖକୁ ଯାଇ ନଥିଲେ । ସେମାନେ ଗ୍ରାମକୁ ଦୌଡି ଯାଇ ଖବର ଦେବା ପରେ ଗ୍ରାମବାସୀ ପହଞ୍ଚିବାରୁ ରଶ୍ମି ଛାତ୍ରୀ ଜଣକୁ ମୁର୍ମୁଷୁ ଅବସ୍ଥାରେ ଛାଡି ଦୌଡି ପଳାଇଥିଲା। ଉକ୍ତ ନାବାଳିକା ପ୍ରଥମେ ଖଇରା ଓ ପରେ ଭଦ୍ରକ ଏବଂ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

About The Author: The Sakala