୫ଦିନ ପରେ ସରିଲା ଗଣତି, ପ୍ରାୟ ୩ଶହ କୋଟି ଟଙ୍କା ମିଳିଥିବା ସୂଚନା

ବଲାଙ୍ଗୀର: ଏସବିଆଇ ମୁଖ୍ୟ ଶାଖାରେ ସରିଛି ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି। ଖବର ଅନୁଯାୟୀ, ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା କାଉଁଣ୍ଟି। ଟଙ୍କା ଗଣତି ପରେ ବାଇଣ୍ଡିଂ ଚାଲିଛି । ଆଜି ଛୁଟି ଦିନ ହୋଇଥିଲେ ସୁଦ୍ଧା […]

ବଲାଙ୍ଗୀର: ଏସବିଆଇ ମୁଖ୍ୟ ଶାଖାରେ ସରିଛି ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି।

ଖବର ଅନୁଯାୟୀ, ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା କାଉଁଣ୍ଟି। ଟଙ୍କା ଗଣତି ପରେ ବାଇଣ୍ଡିଂ ଚାଲିଛି । ଆଜି ଛୁଟି ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମାନେ ଟଙ୍କା ଗଣିଥିଲେ । ଏକାଠି ଏତେ ପରିମାଣର ବଣ୍ଡଲ ବଣ୍ଡଲ ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ବି ଚକିତ ହୋଇଥିଲେ ।

ଆଜି ପଞ୍ଚମ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ଲାଗିଛି। ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

About The Author: The Sakala