ଭୁବନେଶ୍ୱର: ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଖାଡା ଉପାସ ରହିବା ପରେ ଶ୍ରୀଲିଙ୍ଗରାଜଙ୍କ ପାଖରେ ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପ୍ରଭୁ ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଥିଲେ । ଫଳରେ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରିଦେଇଥିଲେ ସେବାୟତ । ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ତିନି ଦିନ ଧରି ଖାଡା ଉପବାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ। ଆଜି ଏହା ସ୍ୱାଭାବିକ ହେବା ସହ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପୁନର୍ବାର ଆରମ୍ଭ ହୋଇଛି ।