ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଅସ୍ଥିଶଲ୍ୟ ବିଭାଗର ସଫଳତା: ୨୨ ବର୍ଷ ଧରି ଶୋଇ ରହୁଥିବା ଯୁବକ ପୁଣି ଥରେ ଚାଲିଲେ

ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟସ୍ଥାପନ କରିଛି ଭୁବନେଶ୍ୱର ସ୍ଥିତ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ । ଏଠାରେ ଏକ ଜଟିଳ ଅପରେସନ୍ ସଫଳତାର ସହିତ ହୋଇଛି । ଯାହା ଫଳରେ ୪୬ ବର୍ଷୀୟ ସୁଶାନ୍ତ କୁମାର ପଣ୍ଡା ପୁର୍ନ ଜୀବନ ପାଇଛନ୍ତି । କଟକ ନିବାସୀ ସୁଶାନ୍ତ ଗତ ୨୨ ବର୍ଷ ଧରି ଆଙ୍କୋଲୋଜିଙ୍ଗ ସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ ଥିଲେ, ତାଙ୍କ ଶରୀରର ଅନେକ ବଡ ବଡ ଗଣ୍ଠିଗୁଡିକ ପ୍ରଭାବିତ ହୋଇଥିଲା । […]

ଭୁବନେଶ୍ୱର: ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟସ୍ଥାପନ କରିଛି ଭୁବନେଶ୍ୱର ସ୍ଥିତ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ । ଏଠାରେ ଏକ ଜଟିଳ ଅପରେସନ୍ ସଫଳତାର ସହିତ ହୋଇଛି । ଯାହା ଫଳରେ ୪୬ ବର୍ଷୀୟ ସୁଶାନ୍ତ କୁମାର ପଣ୍ଡା ପୁର୍ନ ଜୀବନ ପାଇଛନ୍ତି । କଟକ ନିବାସୀ ସୁଶାନ୍ତ ଗତ ୨୨ ବର୍ଷ ଧରି ଆଙ୍କୋଲୋଜିଙ୍ଗ ସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ ଥିଲେ, ତାଙ୍କ ଶରୀରର ଅନେକ ବଡ ବଡ ଗଣ୍ଠିଗୁଡିକ ପ୍ରଭାବିତ ହୋଇଥିଲା । ଯାହା ଫଳରେ ୨୨ ବର୍ଷ ଧରି ଗୋଟିଏ ବାଡି ଉପରେ ନିର୍ଭର କରି ଚାଲୁଥିଲେ, ବିନା ଲାଠିରେ ସେ ଠିଆ ହେବାର ଦୂରର କଥା ବସି ମଧ୍ୟ ପାରୁନଥିଲେ । ସେଥିପାଇଁ ସୁଶାନ୍ତ ସବୁବେଳେ ଶୋଇ କରି ରହୁଥିଲେ ।

ଦୀର୍ଘ ବର୍ଷ ଧରି ଏଭଳି ଯନ୍ତ୍ରଣା ଯୁକ୍ତ ଜୀବନ ଅତିବାହିତ କରୁଥିବା ସୁଶାନ୍ତ ଶେଷରେ ୨୦୨୨ ମସିହାରେ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡାଙ୍କ ସହ ପରାମର୍ଶ କଲେ । ସମସ୍ତ ପ୍ରକାର ଡାକ୍ତର ପରୀକ୍ଷା ପରେ ଡାକ୍ତର କିଶୋର ପଣ୍ଡା , ତାଙ୍କ ଦୁଇଟି ଯାକ ହିପ୍ ଓ ଆଣ୍ଠୁ ପ୍ରତିରୋପଣ କରିଥିଲେ । ଯାହା ଫଳରେ ସୁଶାନ୍ତ ବର୍ତ୍ତମାନ ନିଜ ଗୋଡରେ ନିଜେ ଛିଡା ହେବା ସହିତ ଚଲାବୁଲା କରିବା ଏବଂ ଏକ ଯନ୍ତ୍ରଣା ମୁକ୍ତ ଜୀବନ ଅତିବାହିତ କରୁଛନ୍ତି ।

ଏହି ସମ୍ପର୍କରେ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡା କହିଛନ୍ତି , “ ଦୀର୍ଘ ବର୍ଷ ଧରି ଏଭଳି ଜଟିଳ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସର୍ଜରୀ କରିବା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ ଥିଲା । ତେବେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଅତ୍ୟାଧୁନିକ ଅପରେସନ୍ ଥିଏଟର, ଆନେସ୍ଥେସିଆ ଡାକ୍ତର ସ୍ୱର୍ଣ୍ଣମୟୀ ଶତପଥୀ ଓ ତାଙ୍କ ଟିମ୍, ଫିଜିଓଥେରାପି ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ ଓ ତାଙ୍କ ଟିମ୍ ଏବଂ ଅନ୍ୟ ଡାକ୍ତର ଓ ନର୍ସ ସହଯୋଗରେ ଏଭଳି ଜଟିଳ ରୋଗର ସଫଳତାର ସହିତ ସର୍ଜରୀ ହୋଇପାରିଛି ।

ଏହି ସଫଳତା ପାଇଁ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଡାକ୍ତର କିଶୋର ପଣ୍ଡା ଓ ତାଙ୍କ ଟିମ୍କୁ ଶୁଭେଛା ଜଣାଇବା ସହିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ସମସ୍ତ ପ୍ରକାର ଅସ୍ଥିଶଲ୍ୟ ରୋଗର ସଫଳ ଚିକିତ୍ସା ପାଇଁ ଅଭିଜ୍ଞ ଡାକ୍ତର, ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଅଛି ବୋଲି ସୂଚନା ଦେଇଛନ୍ତି ।

ମଣିପାଲ ହସ୍ପିଟାଲ ବିଷୟରେ

ଭାରତରେ ବାର୍ଷିକ ୭ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉଥିବା ଲୋକଙ୍କ ମଧ୍ୟରେ ଆସ୍ପିଓନିରିନ୍ ହେଲ୍ଥ କେୟାର, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାର ମଲ୍ଟିସ୍ପେଶାଲିଟି ଏବଂ ତୃତୀୟ ସ୍ତରୀୟ ଯତ୍ନ ବିତରଣ ସ୍ପେକ୍ଟ୍ରମ ମାଧ୍ୟମରେ ଏକ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାରେ ସେବା ରେ ବିସ୍ତାର କରିବା ଏହାର ଲକ୍ଷ୍ୟ । ମେଡିକା ସିନର୍ଜି ହସ୍ପିଟାଲ ଏବଂ ଏଏମଆରଆଇ ହସ୍ପିଟାଲଲିମିଟେଡ୍ (ସେପ୍ଟମ୍ବର ୨୦୨୩ରେ ଅଧିଗ୍ରହଣ) ଅଧିଗ୍ରହଣ ଶେଷ ହେବା ସହିତ ସମନ୍ୱିତ ନେଟୱାର୍କରେ ଆଜି ୧୦,୫୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୧୯ଟି ସହରର ୩୭ଟି ଡାକ୍ତରଖାନାର ସର୍ବଭାରତୀୟ ପାଦଚିହ୍ନ ରହିଛି ଏବଂ ୫,୬୦୦ରୁ ଅଧିକ ଡାକ୍ତର ଏବଂ ୧୮,୬୦୦ରୁ ଅଧିକ କର୍ମଚାରୀଙ୍କ ଦକ୍ଷ ପୁଲ୍ ରହିଛି ।

ମଣିପାଲ ହସପିଟାଲ ସମଗ୍ର ବିଶ୍ୱର ଅନେକ ରୋଗୀଙ୍କ ପାଇଁ ବ୍ୟାପକ ରୋଗ ନିରାକରଣ ଏବଂ ପ୍ରତିଷେଧକ ଯତ୍ନ ପ୍ରଦାନ କରିଥାଏ । ମଣିପାଲ ହସ୍ପିଟାଲ ଏନଏବିଏଚ, ଏବଂ ଏଏଏଚଆରପିପି ସ୍ୱୀକୃତିପ୍ରାପ୍ତ ଏବଂ ଏହାର ନେଟୱାର୍କର ଅଧିକାଂଶ ଡାକ୍ତରଖାନା ହେଉଛି ଏନଏବିଏଲ୍, ଇଆର ଏବଂ ବ୍ଲଡ ବ୍ୟାଙ୍କ ସ୍ୱୀକୃତିପ୍ରାପ୍ତ ଏବଂ ନର୍ସିଂ ଉତ୍କର୍ଷତା ପାଇଁ ସ୍ୱୀକୃତିପ୍ରାପ୍ତ । ମଣିପାଲ ହସ୍ପିଟାଲମଧ୍ୟ ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ଭାରତର ସବୁଠାରୁ ସମ୍ମାନଜନକ ଏବଂ ରୋଗୀ ସୁପାରିଶ କରାଯାଇଥିବା ଡାକ୍ତରଖାନା ଭାବରେ ସ୍ୱୀକୃତି ପାଇଛି ।

About The Author: The Sakala