ପୁଣି ଜୀବନ ନେଲା ଆମବସ୍‌; ଅଟୋକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ, ଅନ୍ୟଜଣେ ଗୁରୁତର

ଭୁବନେଶ୍ୱର: ପୁଣି ଜୀବନ ନେଲା ଆମବସ୍‌ । ରୁପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଟୋକୁ ପଛରୁ ଧକ୍କା ଦେଲା ‘ଆମ ବସ୍’। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ଭୁବନେଶ୍ବର ଡିସିପି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଆମ ବସ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇବା ପରେ ଫେରାର୍ ହୋଇଯାଇଥିବା ଜଣାପଡିଛି ।

About The Author: Madhusudan Das