ମାସକରେ ସାଢ଼େ ୬୦ ଲକ୍ଷ ସାଇବର ଠକେଇ, ଫେରାଇ ଆଣିଛନ୍ତି ମାତ୍ର ୧୭ ଲକ୍ଷ ୪୫ ହଜାର

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ସାଇବର ହେଲ୍ପଡେସ୍କକୁ ଠକେଇ ସମ୍ପର୍କିତ ୪୮୫ କଲ୍ ଆସିଥିବା ବେଳେ ଭୁବନେଶ୍ବରରୁ କେବଳ ୨୩୧ଟି ଠକେଇ କଲ୍ ଆସିଛି। ବଡ଼ କଥା ହେଲା ଏଥୁରୁ ମାତ୍ର ୧୩ଟି ମାମଲା ରୁଜୁ କରାଯାଇଛି। ଯାହାକି ଥାନା ପୁଲିସ ଉପରୁ ଚାପ ଖସାଇବା ପାଇଁ ସାଇବର୍‌ ହେଲ୍ପଡେସ୍କ କାମ କରୁଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଅଗଷ୍ଟ ମାସରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଠକ ଲୁଟି ନେଇଥିବା ବେଳେ ସେପ୍ଟେମ୍ବର ମାସରେ […]

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ସାଇବର ହେଲ୍ପଡେସ୍କକୁ ଠକେଇ ସମ୍ପର୍କିତ ୪୮୫ କଲ୍ ଆସିଥିବା ବେଳେ ଭୁବନେଶ୍ବରରୁ କେବଳ ୨୩୧ଟି ଠକେଇ କଲ୍ ଆସିଛି। ବଡ଼ କଥା ହେଲା ଏଥୁରୁ ମାତ୍ର ୧୩ଟି ମାମଲା ରୁଜୁ କରାଯାଇଛି। ଯାହାକି ଥାନା ପୁଲିସ ଉପରୁ ଚାପ ଖସାଇବା ପାଇଁ ସାଇବର୍‌ ହେଲ୍ପଡେସ୍କ କାମ କରୁଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଅଗଷ୍ଟ ମାସରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଠକ ଲୁଟି ନେଇଥିବା ବେଳେ ସେପ୍ଟେମ୍ବର ମାସରେ ଭୁବନେଶ୍ବରରୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି। ତେବେ ସାଇବର୍‌ ହେଲ୍ପଡେସ୍କ ଏହାର ୨୮.୮୬ ପ୍ରତିଶତ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ମାସକ ଭିତରେ ସାଇବର୍‌ ଠକମାନେ ଭୁବନେଶ୍ବରରୁ ୬୦ ଲକ୍ଷ ୪୮ ହଜାର ୪୫୩ ଟଙ୍କା ଲୁଟିଛନ୍ତି । ଏହି ଟଙ୍କାରୁ ୧୭ ଲକ୍ଷ ୪୫ ହଜାର ୬୧୪ ଟଙ୍କା ସାଇବର ହେଲ୍ପଡେସ୍କ ଫେରାଇ ଆଣିପାରିଛି। କେବଳ ୟୁପିଆଇ ସଂକ୍ରାନ୍ତ ୧୩୬, କ୍ରେଡିଟ ଓ ଡେବିଟ କାର୍ଡ ଦ୍ବାରା ୩୦ ଓ ଅନ୍ୟାନ୍ୟ ଉପାୟରେ ୬୫ ଠକେଇ ହୋଇଛି। ସେହିପରି ୭୨ଟି ନମ୍ବରକୁ ବ୍ଲକ କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala