ସିଡିଏସ ବିପିନି ରାୱତଙ୍କ ଅକାଳ ବିୟୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର: ତାମିଲନାଡୁ କୁନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର କ୍ରାସ୍ ଘଟଣାରେ ଶହୀଦ ହୋଇଥିବା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ, ସେନାର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା। ଏଥି ସହିତ ଉକ୍ତ ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଆମ ଓଡ଼ିଆ ପୁଅ ତଥା ଭାରତୀୟ ସେନାର ଜୁନିଅର ୱାରେଣ୍ଟ ଅଫିସର […]

ଭୁବନେଶ୍ବର: ତାମିଲନାଡୁ କୁନ୍ନୁରରେ ବାୟୁସେନାର Mi-17V5 ହେଲିକପ୍ଟର କ୍ରାସ୍ ଘଟଣାରେ ଶହୀଦ ହୋଇଥିବା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ, ସେନାର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଯବାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା। ଏଥି ସହିତ ଉକ୍ତ ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଆମ ଓଡ଼ିଆ ପୁଅ ତଥା ଭାରତୀୟ ସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହା ଅନୁଷ୍ଠିତ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀମାନେ ଯୋଗଦେଇ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।

About The Author: The Sakala