ଓୟୁଏଟିରେ ଉନ୍ନତ କଦଳୀ ଚାଷ ସମ୍ପର୍କିତ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ରେ ସ୍ଵଳ୍ପ ଖର୍ଚ୍ଚରେ କଦଳୀ ଚାଷ ସମ୍ପର୍କିତ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପୱନ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଦୁଇ ଦିନ ଧରି ରାଜ୍ୟର ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ୫୦ ଜଣ ବୈଜ୍ଞାନିକ ତାଲିମ୍ ନେଇଥିଲେ। ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପର ବୈଜ୍ଞାନିକ ସୌଦାମିନୀ ସ୍ବାଇଁ କଦଳୀ ଚାରାର ବୃହତ୍ ବଂଶବିସ୍ତାର […]

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ରେ ସ୍ଵଳ୍ପ ଖର୍ଚ୍ଚରେ କଦଳୀ ଚାଷ ସମ୍ପର୍କିତ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପୱନ କୁମାର ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଦୁଇ ଦିନ ଧରି ରାଜ୍ୟର ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ୫୦ ଜଣ ବୈଜ୍ଞାନିକ ତାଲିମ୍ ନେଇଥିଲେ। ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପର ବୈଜ୍ଞାନିକ ସୌଦାମିନୀ ସ୍ବାଇଁ କଦଳୀ ଚାରାର ବୃହତ୍ ବଂଶବିସ୍ତାର ଏବଂ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। କଦଳୀ ଚାଷର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିବା ସହିତ କମ୍ ଖର୍ଚ୍ଚରେ କିପରି ଚାଷୀମାନେ ଉପକୃତ ହୋଇପାରିବେ ସେନେଇ ବିଶେଷ ଧ୍ୟାନ ଦିଅଯାଇଥିଲା। ଏହି ଅଭିନବ କୌଶଳ ଦ୍ବାରା କଦଳୀ ଚାଷୀମାନେ ବିଶେଷ ଉପକୃତ ହେବା ସହିତ ଚାଷ ପ୍ରତି ଅଧିକ ସଂଖ୍ୟକ ଚାଷୀ ଆକୃଷ୍ଟ ହେବେ ବୋଲି ବିଶ୍ବବିଦ୍ୟାଳୟର ଗବେଷଣା ନିର୍ଦ୍ଦେଶକ ସୀମାଞ୍ଚଳ ସାହୁ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରସନଜିତ୍‌ ମିଶ୍ର ମତ ରଖିଥିଲେ। କାର୍ଯ୍ୟକ୍ରମରେ ମଧ୍ୟ କଦଳୀ ଗଛର ବିଭିନ୍ନ ରୋଗ ଓ ପୋକ ତଥା ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।

About The Author: The Sakala