ବିଜାପୁର: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଶେଷରେ ରାଜେଶ୍ୱର ସିଂ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଛି ମାଓବାଦୀ ସଙ୍ଗଠନ । ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଛି।
ତକାଲି ମଧ୍ୟ ମାଓ ସଙ୍ଗଠନ ପକ୍ଷରୁ ଦୁଇ ପୃଷ୍ଠାର ଚିଠି ଜାରି କରାଯାଇଥିଲା । ଏହି ଚିଠିରେ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଙ୍ଗଠନ ସେହି ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବାନଙ୍କୁ ପୁଲିସ ପାଖରେ ଛାଡିବ ବୋଲି ଉଲ୍ଲେଖ କରିଥିଲା । ଅନ୍ୟପଟେ ରାଜେଶ୍ଵରଙ୍କୁ ଫେରାଇ ଆଣିବା ପାଇଁ ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ନିଆଯାଉଛି ବୋଲି ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି।