କେନ୍ଦ୍ରାପଡା: ବଢ଼ିଲା ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ଅଡ଼ୁଆ । ରାଜନଗର ଥାନାରେ SIଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୩୧ ତାରିଖରେ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ତାଙ୍କ ବିରୁଦ୍ଧରେ ଲାଗିଛି ।
ସୂଚନାଯୋଗ୍ୟ, ବରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ । ଏଥିରେ ରାଗିଯାଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାମାନେ ତାଙ୍କୁ ଗାଡି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ରାଜନଗର ଥାନାରେ ତାଙ୍କୁ ୧୧ ଘଣ୍ଟା ଅଟକ ରଖିଥିଲେ ।