ଆରମ୍ଭ ହେଲା ୨୪ ଘଣ୍ଟିଆ କଲ୍‌‌ ସେଣ୍ଟର, ସହରାଞ୍ଚଳବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱ

ଭୁବନେଶ୍ୱର,: ସହରାଞ୍ଚଳବାସୀଙ୍କୁ ପାନୀୟ ଜଳ ଓ ବର୍ଜ୍ୟ ଜଳ ସମସ୍ୟା ନେଇ ଆଉ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି। ଯଦି ଏ ସମ୍ପର୍କିତ କୌଣସି ଅଭିଯୋଗ ଥାଏ ତେବେ ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୨୪ ଘଣ୍ଟିଆ କଲ୍‌‌ ସେଣ୍ଟର ସହିତ ଯୋଗାଯୋଗ କରି ପାରିବେ। ଏହି କଲ ସେଣ୍ଟରକୁ କଲ କରି ସହରାଞ୍ଚଳବାସୀ ସେମାନଙ୍କ ଅଭିଯୋଗ ଦାଖଲ କରିବା ପରେ ଏହାକୁ ସମାଧାନ କରାଯିବ। ଏଥିପାଇଁ ଏକ ୧୭ ଜଣିଆ ଟିମ୍‌‌ ନିୟୋଜିତ […]

ଭୁବନେଶ୍ୱର,: ସହରାଞ୍ଚଳବାସୀଙ୍କୁ ପାନୀୟ ଜଳ ଓ ବର୍ଜ୍ୟ ଜଳ ସମସ୍ୟା ନେଇ ଆଉ କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି। ଯଦି ଏ ସମ୍ପର୍କିତ କୌଣସି ଅଭିଯୋଗ ଥାଏ ତେବେ ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୨୪ ଘଣ୍ଟିଆ କଲ୍‌‌ ସେଣ୍ଟର ସହିତ ଯୋଗାଯୋଗ କରି ପାରିବେ। ଏହି କଲ ସେଣ୍ଟରକୁ କଲ କରି ସହରାଞ୍ଚଳବାସୀ ସେମାନଙ୍କ ଅଭିଯୋଗ ଦାଖଲ କରିବା ପରେ ଏହାକୁ ସମାଧାନ କରାଯିବ। ଏଥିପାଇଁ ଏକ ୧୭ ଜଣିଆ ଟିମ୍‌‌ ନିୟୋଜିତ ହୋଇଥିବା ବେଳେ ରାଜ୍ୟର ୧୧୫ ଟି ପୌର ସଂସ୍ଥାବାସୀଙ୍କଠାରୁ ଏହି ଟିମ୍‌‌ ଅଭିଯୋଗ ଗ୍ରହଣ କରିବ। ଏନେଇ ରବିବାର ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଣିକି ଲୋକମାନଙ୍କ ଏ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସେମାନେ ‘୧୫୫୩୫୯’ ନମ୍ବରରେ କଲ କରି ସେମାନଙ୍କ ଅଭିଯୋଗ ଦାଖଲ କରି ପାରିବେ। ଏହି ଅଭିଯୋଗ ଆଧାର କରି ସ୍ଥାନୀୟ ପୌର ସଂସ୍ଥାକୁ ଖବର ଦିଆଯିବ ଓ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

About The Author: The Sakala