ଡକାୟତି ଯୋଜନା ପଣ୍ଡ; ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ ଗିରଫ, ମହାକାଳ ଗ୍ରୁପ୍ ନାଁରେ ରଚୁଥିଲେ ଆତଙ୍କ...

କେନ୍ଦୁଝର: ଡକାୟତି ଯୋଜନା ପଣ୍ଡ। ୯ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଡକାୟତ ଗିରଫ। ଡକାୟତି ଉଦ୍ୟମ ବେଳେ ମାଡିବସିଲା କେନ୍ଦୁଝର ଟାଉନ ପୁଲିସ । ସେମାନଙ୍କ ନିକଟରୁ ୫ ବନ୍ଧୁକ ସମେତ ଅନେକ ମାରଣାସ୍ତ୍ର, ୨୫ଟି ଅଫୁଟା ଗୁଳି, ଏକ ଥାର ଗାଡି ଜବତ କରିଛି ପୁଲିସ। ମହାକାଳ ଗ୍ରୁପ ନାଁରେ ରଚାଉଥିଲେ ଆତଙ୍କ। ବନ୍ଧୁକ ଧରି  ରିଲ୍ସ କରୁଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ଭୟର ବାତାବରଣ ସୃଷ୍ଟି କରୁଥିଲେ। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନରଣପୁର ଘଡ଼ଘଡି ମନ୍ଦିର ପାଖରେ ଥିବା ଏକ ଘରୁ ମାଡ଼ିବସିଥିଲା ପୁଲିସ। କେନ୍ଦୁଝରରେ ୩୭ ଟି ଅପରାଧିକ ମାମଲାରେ ଥିଲେ ଜଡ଼ିତ। ସୁପାରି ନେଇ ମର୍ଡର କରୁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି। ଗିରଫଙ୍କ ମଧ୍ୟରେ ଅଛି ମୟୂରଭଞ୍ଜର ଗଣେଷ ଗିରି। ଝାରଖଣ୍ଡ ଓ  ଓଡିଶାରୁ ବଛା ବଛା ଅନେକ ଯୁବକଙ୍କୁ ନେଇ ସେ କରିଥିଲା ମହାକାଳ ଗ୍ରୁପ୍ ।

About The Author: Deviprasad Mohanty