ସେୟାର ବଜାରରେ ନିବେଶ ନାଁରେ ଠକେଇ ମାମଲା: ୬ ସାଇବର ଲୁଟେରା ଗିରଫ

ଭୁବନେଶ୍ୱର: ସେୟାର ବଜାର ଟ୍ରେଡିଂ ନାଁରେ ଠକେଇ ମାମଲାରେ ୬ ସାଇବର ଠକ ଗିରଫ । ତାମିଲନାଡ଼ୁ ଓ ଗୁଜରାଟରୁ ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ଆୟ ଲୋଭ ଦେଖାଇ ଅନଲାଇନ୍ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ ଏହି ଠକ। ହ୍ୱାଟ୍ସଆପ୍‌ରେ ‘GSQT’ ଓ ‘IBGINON’ ନାଁରେ ଖୋଲିଥିଲେ ଟ୍ରେଡିଂ ଗ୍ରୁପ୍ । ଗିରଫ ୬ ସାଇବର ଲୁଟେରା ଦେଶବ୍ୟାପୀ ଏଭଳି ସ୍କାମ୍‌ରେ ସମ୍ପୃକ୍ତ ସୂଚନା । ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ଅରୁଣ […]

ଭୁବନେଶ୍ୱର: ସେୟାର ବଜାର ଟ୍ରେଡିଂ ନାଁରେ ଠକେଇ ମାମଲାରେ ୬ ସାଇବର ଠକ ଗିରଫ । ତାମିଲନାଡ଼ୁ ଓ ଗୁଜରାଟରୁ ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ଆୟ ଲୋଭ ଦେଖାଇ ଅନଲାଇନ୍ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ ଏହି ଠକ। ହ୍ୱାଟ୍ସଆପ୍‌ରେ ‘GSQT’ ଓ ‘IBGINON’ ନାଁରେ ଖୋଲିଥିଲେ ଟ୍ରେଡିଂ ଗ୍ରୁପ୍ । ଗିରଫ ୬ ସାଇବର ଲୁଟେରା ଦେଶବ୍ୟାପୀ ଏଭଳି ସ୍କାମ୍‌ରେ ସମ୍ପୃକ୍ତ ସୂଚନା । ଗିରଫ ଅଭିଯୁକ୍ତମାନେ ହେଲେ ତାମିଲନାଡୁର ଅରୁଣ ସାଜୁ, ସେନୁ ଆର ଓ ଭାସୁ ଜେ ଏବଂ ଗୁଜୁରାଟର ଜାମିନ କୁକଡେଜା ମେଘରାଜଭାଇ,ବ୍ରଜେଶ ଦୟାଭାଇ ସାଥିଆ ଏବଂ ଉଦୟ ରମେଶଭାଇ।

ଭୁବନେଶ୍ବରର ଜଣେ ବାସିନ୍ଦା ସେୟାର ବଜାର କାରବାରରେ ଆଗ୍ରହ ଥିବାରୁ ସେ ସୋସିଆଲ ମିଡିଆରେ ନିବେଶର ସୁଯୋଗ ଖୋଜିଥିଲେ। ଏହାର ସୁଯୋଗ ନେଇ ସାଇବର ଲୁଟୋମାନେ ସେୟାର ବଜାରରେ ନିବେଶ ପାଇଁ ହ୍ବାଟ୍ସ ଆପ୍ ଲିଙ୍କ ମାଧ୍ୟମରେ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ । ପରବର୍ତ୍ତି ସମୟରେ ସାଇବର ଲୁଟେରା ତାଙ୍କ ଠାରୁ ୭୧.୯୫ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଠକେଇର ଶିକାର ହୋଇଥିବା ସମ୍ପୃକ୍ତ ବ୍ୟକ୍ତି ଜାଣିବା ପରେ ଏ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ।

About The Author: The Sakala