5T ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ଯାହା ଓଡ଼ିଶା ରୂପାନ୍ତରଣର ପ୍ରମୁଖ ମାଧ୍ୟମ ସାଜିଛି : ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ବିରୋଧୀଦଳ ନେତାଙ୍କ ପାଇଁ ‘୫-ଟି’ ଏବେ ବି ଅବୋଧ୍ୟ। ସେ ସତରେ ଏ ସମ୍ପର୍କରେ ଜାଣନ୍ତି ନାହିଁ ନା ସବୁ ଜାଣିଶୁଣି ଅବୁଝା ଥିବା ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଗତକାଲି ବିଧାନସଭାରେ ୫ଟିକୁ ନେଇ ଯେଉଁଭଳି ଭାବେ ଆକ୍ଷେପ କଲେ ତାଙ୍କର ଏପରି ଆଚରଣକୁ କଟାକ୍ଷ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିରୋଧୀଦଳ ନେତାଙ୍କ ତଥାକଥିତ ଅଜ୍ଞତାକୁ କଟାକ୍ଷ କରିବା ସହ ‘୫-ଟି’କୁ ସୁଶାସନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି।

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେବଳ ସ୍ୱପ୍ନ ଦେଖିନାହାନ୍ତି; ରାଜ୍ୟକୁ ଦେଶର ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅବିରତ ଉଦ୍ୟମ କରୁଛନ୍ତି। ‘୫-ଟି’ ହେଉଛି ଏହାର ଅଂଶବିଶେଷ। ଟିମ୍‌‌ ୱାର୍କ, ଟେକ୍‌‌ନୋଲୋଜି, ଟାଇମ୍‌‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ‘୫-ଟି’ କୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସମ୍ଭବ ହୋଇ ପାରିଛି, ପରିଣତିସ୍ୱରୂପ ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି। ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିତିକରଣ କରାଯାଉଛି। ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି।

ପ୍ରଶାସନ ପରିଚାଳନା ଓ ସେବା ପ୍ରଦାନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫-ଟି। ତେଣୁ ଏହାର କାର୍ଯ୍ୟଦକ୍ଷତା ସଂକ୍ରାନ୍ତରେ ହାସ୍ୟାସ୍ପଦ ପ୍ରଶ୍ନକୁ କଟାକ୍ଷ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି। ସେ କହିଛନ୍ତି ଯେ ରାଜ୍ୟରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାହାର ବାସ୍ତବ ରୂପ ହେଉଛି ୫-ଟି। ଏବେ ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ମହାମନ୍ତ୍ରରେ ପରିଣତ ହୋଇଛି। ଗାଁରେ ରହୁଥିବା ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଲେ, କିଛି ସମସ୍ୟା ଭୋଗିଲେ ସିଧାସଳଖ ୫-ଟିଙ୍କୁ ଯୋଗାଯୋଗ କରି ଅଭିଯୋଗ ଜଣାଉଛନ୍ତି ଆଉ ତାହାର ତୁରନ୍ତ ସମାଧାନ ହେଉଛି। ସବୁ ସରକାରୀ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିଛି। ପ୍ରଶାସନିକ ବ୍ୟବସ୍ଥାକୁ ଚଳଚଞ୍ଚଳ କରିଛି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ୫-ଟିଙ୍କୁ ସମ୍ବୋଧିତ କରୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଏହା କେତେ ଜରୁରୀ ଏଥିରୁ ବୁଝା ପଡୁଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ପ୍ରଶାସନ ଓ ଲୋକସେବା କ୍ଷେତ୍ରରେ ‘୫-ଟି’ର ଭୂମିକା ବିତର୍କରୁ ଊର୍ଦ୍ଧ୍ବରେ ଏ କଥା ପ୍ରତ୍ୟେକ ଅନୁଭବ କରି ସାରିଛନ୍ତି। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡ଼ିୟମ ନିର୍ମାଣ, ଧାର୍ଯ୍ୟ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଅର୍ଥନୈତିକ କରିଡ଼ର ନିର୍ମାଣ ସମ୍ପୂର୍ଣ୍ଣ ‘୫-ଟି’ ଉପକ୍ରମର ଶ୍ରେଷ୍ଠ ଉଦାହରଣ। ଅନୁରୂପ ଭାବରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣକରଣ, ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ଆଦି ‘୫-ଟି’ ଉପକ୍ରମ ଦ୍ୱାରା ସମ୍ଭବ ହୋଇ ପାରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯାଇ ପ୍ରଶାସନରେ ସ୍ୱଚ୍ଛତା ଅଣାଯିବା କ୍ଷେତ୍ରରେ ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ସାରା ଦେଶ ପ୍ରଶଂସା କରିଛି।

ମାତ୍ର ୩୦ ମାସ ମଧ୍ୟରେ ୧୮୦ରୁ ଊର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ଦେଶ ପାଇଁ ଉଦାହରଣୀୟ ହୋଇ ପାରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ ବିକ୍ରମଦେବ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ଗୋଶାଳା, ଉପକୂଳ ଓଡ଼ିଶାରେ ବିଭିନ୍ନ ଧାର୍ମିକ ପୀଠର ବିକାଶ ଠାରୁ ଆରମ୍ଭ କରି ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଇ, ବରଗଡ଼ ଓ ବଲାଙ୍ଗୀରର ନୃସିଂହନାଥ, ସୁନ୍ଦରଗଡ଼ ଜିଲ୍ଲାର ଘୋଘର ଓ ବାଣେଶ୍ୱର ମନ୍ଦିରର ରୂପାନ୍ତରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ‘୫-ଟି’ ଉପକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ମତାମତ ଏଥିରେ ସଂଗ୍ରହ ହୋଇଛି। ସାମଗ୍ରିକ ଦୃଷ୍ଟିରୁ ସମସ୍ତ ବିଭାଗର ୯୪.୯ ପ୍ରତିଶତ ଫିଡ୍‌‌ବ୍ୟାକ୍‌‌ ଉଲ୍ଲେଖନୀୟ ରହିଛି।

About The Author: The Sakala