ନୂଆପଡ଼ାରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ

ନୂଆପଡ଼ା: ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢିବାକୁ ପଡିବ। ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ। ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ […]

ନୂଆପଡ଼ା: ନୂଆପଡ଼ା ସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢିବାକୁ ପଡିବ। ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ। ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ। ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ପାଠ ପଢିବା ସହ ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆହୁରୀ ମଧ୍ୟ କହିଛନ୍ତି, ପ୍ରତିଯୋଗିତାରେ ଭାଗ ନେଲେ ଜୀବନରେ ସଫଳତା ହାସଲ କରିପାରିବେ। ଜିତିବା ଆପଣଙ୍କୁ ଖୁସି ଦେବ ହେଲେ ଭାଗ ନେବା ଜୀବନକୁ ଗୋଟିଏ ଶିକ୍ଷାଦେବ। ପ୍ରତିଯୋଗିତାରେ ହାରିଲେ ଶିଖିବେ। ଜୀବନରେ ଶିଖିବା ଗୁରୁତ୍ଵପୂର୍ଣ୍ଣ। ସଫଳତା ପାଇବାକୁ ହେଲେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପଡିବ। ପରିଶ୍ରମ କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ। ଏଥିଲାଗି ଦିନକୁ ଅତି କମରେ ୩୦ ମିନିଟ ବ୍ୟାୟାମ ସହ ମନକୁ ଶାନ୍ତ ରଖିବାକୁ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ମନ ଯେତେ ଶାନ୍ତିରେ ରହିବ ସେତିକି ସଫଳତା ହାସଲ କରିବେ। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ବିଷୟରେ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ପରାମର୍ଶ ଦେଇଛନ୍ତି। ବାପା, ମାଆ ଓ ଗୁରୁଜନଙ୍କୁ ସମ୍ମାନ ଦେଇ ସେମାନଙ୍କ କଥା ଶୁଣିବାକୁ କହିଛନ୍ତି। ଯେଉଁମାନେ ଏ ପଥ ଅନୁସରଣ କରୁନାହାନ୍ତି ସେମାନେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଛାତ୍ରୀଙ୍କ ହାତରେ ଅଛି ସେମାନଙ୍କ ଭବିଷ୍ୟତ। ଚାହିଁଲେ ଭବିଷ୍ୟତକୁ ବହୁତ ଉଜ୍ଜଳ କରିପାରିବେ।

ଏହାସହ ଖୁବଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ଏଥିରେ ଛାତ୍ରଛାତ୍ରୀ ସେମାନଙ୍କ କଲେଜକୁ ୫ ଟଙ୍କା ଦେଇ ଯାତ୍ରା କରିପାରିବେ। ଛାତ୍ରଛାତ୍ରୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଏ ସବୁ କରୁଛନ୍ତି। କେବଳ ଗୋଟିଏ ଉଦ୍ଦେଶ୍ୟ ଯାହା ବି ସ୍ଵପ୍ନ ଦେଖୁଛନ୍ତି ତାହା ସାକାର କରନ୍ତୁ। ସ୍ଵପ୍ନ ସାକାର ହେଲେ ଆପଣ ଆଗକୁ ବଢିବେ ଓଡ଼ିଶା ଆଗକୁ ବଢିବ। ସଶସ୍ତ ଓଡ଼ିଶା ଗଠନ ହେବ। ନୂଆପଡ଼ା ଜିଲ୍ଲାରେ ୩୦ ହାୟର ସେକଣ୍ଡାରୀ ସ୍କୁଲ ଓ କଲେଜର ରୂପାନ୍ତରଣ କାମ ଚାଲିଛି। ଆସନ୍ତା ମାସରୁ ଦେଢ ମାସ ମଧ୍ୟରେ ଏହି ରୂପାନ୍ତରଣ କାମ ସରିବ। ସହରର ବଡ଼ ବଡ଼ କଲେଜର ପିଲା ଯେଉଁ ସୁବିଧା ପାଉଥିଲେ ଏଠାକାର ପିଲାମାନେ ମଧ୍ୟ ଏହି ସୁବିଧା ପାଇବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

About The Author: The Sakala