ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ- ୫ଟି ସଚିବ

ଭୁବନେଶ୍ୱର: ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆାନ । ଏହି ଅବସରରେ ସେ ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆାନ କହିଥିଲେ, ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ। ସରକାରୀ ସ୍କୁଲର ମେଧାବୀ ପିଲାଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣକୁ ସ୍ୱାଗତ କରିଥିଲେ। ଏହାଦ୍ବାରା ସରକାରୀ ସ୍କୁଲର ପିଲାମାନେ […]

ଭୁବନେଶ୍ୱର: ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆାନ । ଏହି ଅବସରରେ ସେ ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ ।

୫ଟି ସଚିବ ଭି କେ ପାଣ୍ଡିଆାନ କହିଥିଲେ, ସାମୂହିକ ସହଭାଗିତାରେ ସ୍କୁଲର ବିକାଶ ସମ୍ଭବ। ସରକାରୀ ସ୍କୁଲର ମେଧାବୀ ପିଲାଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣକୁ ସ୍ୱାଗତ କରିଥିଲେ। ଏହାଦ୍ବାରା ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷା ଓ ନିଯୁକ୍ତି ପାଇପାରିବେ। ପାନପୋଷ ହାଇସ୍କୁଲ, ଲାଞ୍ଜିବେରଣା ହାଇସ୍କୁଲ, ଗୋପବନ୍ଧୁ ହାଇସ୍କୁଲ, ରାଷ୍ଟ୍ରୀୟ ହାଇସ୍କୁଲର ଭିତ୍ତିଭୂମି ବିକାଶର ସମୀକ୍ଷା କରିଥିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲର ସମସ୍ୟା ଉପସ୍ଥାପନ କରି ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିର ଏହି ଆଲୋଚନା ବେଳେ ସ୍କୁଲର ରୁପାନ୍ତରିକରଣ କାର୍ଯ୍ଯ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ଓ ସରପଞ୍ଚଙ୍କୁ ଉତ୍ସାହିତ କରିଥିଲେ ୫ଟି ସଚିବ। ସେ କହିଥିଲେ, କାର୍ଯ୍ଯ ଏଭଳି କରନ୍ତୁ, ଯାହା ଫଳରେ ଆପଣଙ୍କ ପରପିଢ଼ି ମଧ୍ୟ ଆପଣଙ୍କୁ ମନେ ରଖିବ । ଏବଂ କହିବ ଆପଣଙ୍କ ସମୟରେ ଏଭଳି କାର୍ଯ୍ଯ ହୋଇଥିଲା ।

About The Author: The Sakala