ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ, ବୋମା ଓ ବାଇକ ଜବତ

କେନ୍ଦୁଝର: କେନ୍ଦୁଝରଠାରେ ବିଧାୟକ ମୋହନ ମାଝୀଙ୍କ ଗାଡିଉପରକୁ ବୋମାମାଡ ଘଟଣାରେ ପୋଲିକୁ ସଫଳତା ମିଳିଛି। ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣକୁ ଗିରଫ କରିଛି ପୋଲିସ। ଏନେଇ କେନ୍ଦୁଝର SP ପ୍ରେସମିଟ କରି ସୂଚନା ଦେଇଛନ୍ତି  ।ସେମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା ଓ ବୋମା ମାଡ଼ରେ ବ୍ୟବହୃତ ବାଇକ ଜବତ ହୋଇଥିବା ପୋଲିସ କହିଛି। ଗିରଫ ମାନେ ହେଲେ (୧)-ପ୍ରତାପ ରାଉତ, (୨)-ବିଦ୍ୟାଧର ପରିଡା, (୩)-ମୁନା(ମନମୋହନ ଦାସ), (୪)-ମିଟୁ(ଶରତ ଜେନା), (୫)-ଶିକୁଲ ଶେଖ […]

କେନ୍ଦୁଝର: କେନ୍ଦୁଝରଠାରେ ବିଧାୟକ ମୋହନ ମାଝୀଙ୍କ ଗାଡିଉପରକୁ ବୋମାମାଡ ଘଟଣାରେ ପୋଲିକୁ ସଫଳତା ମିଳିଛି। ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣକୁ ଗିରଫ କରିଛି ପୋଲିସ। ଏନେଇ କେନ୍ଦୁଝର SP ପ୍ରେସମିଟ କରି ସୂଚନା ଦେଇଛନ୍ତି  ।ସେମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା ଓ ବୋମା ମାଡ଼ରେ ବ୍ୟବହୃତ ବାଇକ ଜବତ ହୋଇଥିବା ପୋଲିସ କହିଛି। ଗିରଫ ମାନେ ହେଲେ (୧)-ପ୍ରତାପ ରାଉତ, (୨)-ବିଦ୍ୟାଧର ପରିଡା, (୩)-ମୁନା(ମନମୋହନ ଦାସ), (୪)-ମିଟୁ(ଶରତ ଜେନା), (୫)-ଶିକୁଲ ଶେଖ । ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କୌଣସି ରାଜନୈତିକ ଉଦେଶ୍ୟ ନୁହେଁ ବଂର ପାରିବାରିକ ବିଦ୍ୱେଷ ଓ ଆର୍ଥିକ କାରଣରୁ ଆକ୍ରମଣ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

 

ଘଟଣାର ପୃଷ୍ଠଭୂମି ଅନୁସାରେ ଅକ୍ଟୋବର ୧୦ ତାରିଖ ରବିବାର ଦିନ ସଦର ବିଧାୟକ ମୋହନ ମାଝୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳକୁ ମଣ୍ଡୁଆ ଆରଡେଇ ପୋଲ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା।ବୋମାମାଡରେ ବିଧାୟକ ଏବଂ ଗାଡ଼ିରେ ଥିବା ସୁରକ୍ଷା କର୍ମୀ ସମେତ ଅନ୍ୟମାନେ ସୁରକ୍ଷିତ ଥିଲେ।ଏବାବଦରେ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ଟାଉନ ପୋଲିସ କେସ ନମ୍ବର ୩୯୧ ତା-୧୦/୧୦/୨୦୧୧ ଦଫା ୩୦୭/୩୪ ଆଇ ପି ସି/୩ ଏବଂ ୪, ଇ ଏବଂ ଏସ ଆକ୍ଟ/୨୫ ଆର୍ମସ ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ ହୋଇଥିଲା।ପରେ ପୋଲିସର ୩ଟି ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏବଂ ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କର ସିସିଟିଭି ଫୋଟୋ ଜାରିକରାଯାଇଥିଲା ।ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ପରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଗାନ୍ଧୀ ଛକରେ ହୋଇଥିବା ରାସ୍ତା ରୋକରେ ବିଜେପିର ୯ ଜଣ ବିଧାୟକ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ। ଘଟଣାର ସିସିଟିଭି ଦୃଶ୍ୟ ପୋଲିସ ଯାଞ୍ଚ କରିବା ସହିତ ଘଟଣାର ସତ ପଦାକୁ ଆଣିଛି । ସତ ସାମ୍ନାକୁ ଆସିବା ପରେ ବିଜେପିର ଅସଲ ଉଦ୍ଦେଶ୍ୟ ଲୋକଙ୍କ ସାମ୍ନାରେ ପଡ଼ିଥିବା କହିଛନ୍ତି ବିଜେଡ଼ି ନେତା  ।

ଏହିଘଟଣାକୁ ନେଇ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଏଥିରେ ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ସତ୍ୟ ଉନ୍ମୋଚନ ପାଇଁ ବିଜେଡି ମଧ୍ୟ ଦାବୀ ରଖିଥିଲା। ବୁଧବାରଦିନ ପଶ୍ଚିମାଞ୍ଚଳ ଡ଼ି ଆଇ ଜି ଜୟ ନାରାୟଣ ପଙ୍କଜ ବୋମାମାଡ ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ। ଶେଷରେ ଗୁରୁବାର ଦିନ କେନ୍ଦୁଝର ପୋଲିସ ଘଟଣାର ପର୍ଦାଫାସ କରିଛି । ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡ଼ି ଆଇବି ଡିଏସପି ସଦର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ ଟପୋ,ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala