ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ଆଉ ୪୭୬ ଓଡ଼ିଆ, ଇତିହାସ ଓ ହିନ୍ଦୀ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ଖୁବ୍ ଶିଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏସଏସବି(ରାଜ୍ୟ ଚୟନ ବୋର୍ଡ଼) ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଅଧ୍ୟାପକ ପଦ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ମେ ୧୨ ତାରିଖରେ ସରିବ। ତେବେ ସାଧାରଣ ବର୍ଗ ଓ ଏସଇବିସି ବର୍ଗର ଆଶାୟୀଙ୍କ ପାଇଁ ୫ଶହ ଟଙ୍କାର ଆବେଦନ ଫି’ ନିର୍ଦ୍ଧାରଣ କରାଯାଇଥିବାବେଳେ ବ୍ୟତୀତ ଅନ୍ୟ ବର୍ଗର ଆଶାୟୀ ପ୍ରାର୍ଥୀଙ୍କୁ ୨ଶହ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ। ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ପଦ ମଧ୍ୟରେ ଓଡ଼ିଆ ବିଷୟରେ ୨୭୮ ଜଣ ଅଧ୍ୟାପକ ନିଯୁକ୍ତି ପାଇବାକୁ ଥିବାବେଳେ ଇତିହାସରେ ୧୮୨ ଓ ହିନ୍ଦୀ ବିଭାଗରେ ୧୬ ଜଣଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ପାଇବାକୁ ଥିବା ୪୭୬ ପଦ ମଧ୍ୟରୁ ୧୫୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୦୬ଟି, ଅନୁସୂଚିତ ଜାତିଙ୍କ ପାଇଁ ୭୭ଟି, ୫୭ଟି ଏସଇବିସି ଏବଂ ୨୩୬ଟି ଅଧ୍ୟାପକ ପଦ ଅଣସଂରକ୍ଷିତ ରହିଥିବା ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି।
ଏପ୍ରିଲ ୧୩ରୁ ଆବେଦନ: ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ନିଯୁକ୍ତି ପାଇବେ ୪୭୬ ଅଧ୍ୟାପକ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ଆଉ ୪୭୬ ଓଡ଼ିଆ, ଇତିହାସ ଓ ହିନ୍ଦୀ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଜ୍ଞପ୍ତି ଖୁବ୍ ଶିଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏସଏସବି(ରାଜ୍ୟ ଚୟନ ବୋର୍ଡ଼) ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଅଧ୍ୟାପକ ପଦ ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ମେ ୧୨ ତାରିଖରେ ସରିବ। ତେବେ ସାଧାରଣ ବର୍ଗ ଓ ଏସଇବିସି ବର୍ଗର ଆଶାୟୀଙ୍କ […]