ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବାବେଳେ ଆଜି ଭୁବନେଶ୍ୱର ସ୍ଥିତି ସଙ୍ଗୀନ ହେଉଛି। ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍ରେ ୮୨ ଜଣ ଥିବା ବେଳେ ୩୮୬ ଲୋକାଲ୍ କେସ। ଭୁବନେଶ୍ବରରେ ଲୋକାଲ୍ କେସ୍ ଏତେ ମାତ୍ରାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି।
ଆଜି ଚିହ୍ନଟ ହୋଇଥିବା ୩୮୬ ଲୋକାଲ୍ କେସ ଭିତରୁ ନୟାପଲ୍ଲୀରୁ ୨୭ ଜଣ, ସୁନ୍ଦରପଦାରୁ ୧୭ ଜଣ, ଆଇଆରସି ଭିଲେଜରୁ ୫ ଜଣ, ନୀଳାଦ୍ରି ବିହାରରୁ ୬ ଜଣ, ଶାସ୍ତ୍ରୀ ନଗରରୁ ୫ ଜଣ, ବିଜେବି ନଗରରୁ ୧୦ ଜଣ, ଜାଗମରାରୁ ୭ ଜଣ, ବମିଖାଲରୁ ୯ ଜଣ, ଜୟଦେବ ବିହାରରୁ ୬ ଜଣ, ଝାରପଡାରୁ ୧୦ ଜଣ, ଚନ୍ଦ୍ରଶେଖରପୁରରୁ ୧୩ ଜଣ, ଖଣ୍ଡଗିରିରୁ ୧୪ ଜଣ, ଲକ୍ଷ୍ମୀସାଗରରୁ ୧୧ ଜଣ, ପୋଖରୀପୁଟରୁ ୧୪ ଜଣ, ବରମୁଣ୍ଡାରୁ ୭ ଜଣ, ପାତ୍ରପଡାରୁ ୫ ଜଣ, ୟୁନିଟ ୬ରୁ ୫ ଜଣ, ୟୁନିଟ ୯ରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରୁ ୩୬,୧୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୨୮୨୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।