୩୮.୭୨ ଗ୍ରାମ ଡ୍ରଗ୍ସ ଜବତ, ଦୁଇ ଗିରଫ

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ସହରରେ ଚାଲୁଥିବା ଏକ ଡ୍ରଗ୍ସ ନେଟୱାର୍କକୁ ଧରିବାରେ ସଫଳ ହୋଇଛି। ଏଥିରେ ୩୮.୭୨ ଗ୍ରାମର ଡ୍ରଗ୍ସ ଜବତ ହେବା ସହ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଏକ କାର ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି। ସଦର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ କାରକୁ ଅଟକାଇ ଯାଞ୍ଚ କରି ଏହି ଡ୍ରଗ୍ସ ଜବତ କରିଥିଲା। ଏହି ଡ୍ରଗ୍ସ […]

ଭବାନୀପାଟଣା : ଭବାନୀପାଟଣା ସଦର ଥାନା ପୋଲିସ ସହରରେ ଚାଲୁଥିବା ଏକ ଡ୍ରଗ୍ସ ନେଟୱାର୍କକୁ ଧରିବାରେ ସଫଳ ହୋଇଛି। ଏଥିରେ ୩୮.୭୨ ଗ୍ରାମର ଡ୍ରଗ୍ସ ଜବତ ହେବା ସହ ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଏକ କାର ଓ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।

ସଦର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ କାରକୁ ଅଟକାଇ ଯାଞ୍ଚ କରି ଏହି ଡ୍ରଗ୍ସ ଜବତ କରିଥିଲା। ଏହି ଡ୍ରଗ୍ସ ସମ୍ବଲପୁର ଅଞ୍ଚଳରୁ ଏଠାକୁ ଆସୁଥିବା ବେଳେ ଏହି ଜାଲରେ ଭବାନୀପାଟଣା ସହରର ଯୁବଗୋଷ୍ଠୀ ଙ୍କୁ ଟାର୍ଗେଟ କରାଯାଉ ଥିଲା ବୋଲି ଏସପି ଶ୍ରଭଣା ବିବେକ ଏମ କହିଛନ୍ତି। ଏବଂ ଜବତ ଡ୍ରଗ୍ସ କୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବ କୁ ପଠା ଯାଇଛି। ସେହିପରି କେଉଁ ମାନେ ଏହି ବ୍ୟକ୍ତି ଙ୍କ ଠାରୁ ଡ୍ରଗ୍ସ ନେଉଥିଲେ, ସେମାନଙ୍କୁ ଚିହ୍ନଟ କରାଯିବ ବୋଲି ମଧ୍ୟ ଏସପି କହିଛନ୍ତି।

About The Author: The Sakala