ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ୩୩୪ ଜଣ ଅଣଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇବେ। ଲୋକସେବା ଭବନରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିରେ ଆଭାସୀ ମାଧ୍ୟମରେ ଯୋଗଦେଇ କର୍ମଚାରୀଙ୍କୁ ଦିଗ୍ଦର୍ଶନ ଦେବେ। ତେବେ ନିଯୁକ୍ତି ପାଇବାକୁଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ଥିବାବେଳେ ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ(ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ(ଲ୍ୟାବ୍ ଆସିଷ୍ଟାଣ୍ଟ-କମ୍-ଷ୍ଟୋର କିପର) ରହିଛନ୍ତି। ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ଣ ୫.୩୦ରେ ଅନୁଷ୍ଠିତ ହେବ। ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଆଜି ନିଯୁକ୍ତି ପାଇବେ ୩୩୪ ଅଣଶିକ୍ଷକ କର୍ମଚାରୀ, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ
ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ଡିଗ୍ରି କଲେଜରେ ୩୩୪ ଜଣ ଅଣଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇବେ। ଲୋକସେବା ଭବନରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଏଥିରେ ଆଭାସୀ ମାଧ୍ୟମରେ ଯୋଗଦେଇ କର୍ମଚାରୀଙ୍କୁ ଦିଗ୍ଦର୍ଶନ ଦେବେ। ତେବେ ନିଯୁକ୍ତି ପାଇବାକୁଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ଥିବାବେଳେ ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ(ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର […]