ପୁଣି ଡରାଇଲା କରୋନା: ନାଇଜରରେ ୩୧ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ଖୋର୍ଦ୍ଧା: ରାଜ୍ଯରେ କାୟା ବିସ୍ତାରେ କରିବାରେ ଲାଗିଛି କରୋନା । ଭୁବନେଶ୍ବର ସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ସିଲ କରାଯାଇଥିବା ବେଳେ ଏବେ ପୁଣି ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ବ୍ଲକରୁ ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖା ଯାଇଥିବା […]

ଖୋର୍ଦ୍ଧା: ରାଜ୍ଯରେ କାୟା ବିସ୍ତାରେ କରିବାରେ ଲାଗିଛି କରୋନା । ଭୁବନେଶ୍ବର ସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ପକ୍ଷରୁ ସିଲ କରାଯାଇଥିବା ବେଳେ ଏବେ ପୁଣି ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୋଟିଏ ବ୍ଲକରୁ ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖା ଯାଇଥିବା ସୂଚନା ଦେଇଛନ୍ତି ନାଇଜରର ରେଜିଷ୍ଟ୍ରାର ଅଭୟ ନାୟକ। ୩୧ ଜଣ କୋଭିଡ୍ ସଂକ୍ରମିତ ହେବା ପରେ ନାଇଜରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜଟଣୀ ପୌର ପରିଷଦ। ନାଇଜରରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । କାହାଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍ ଟେଷ୍ଟ କରିବାକୁ କୁହାଯାଇଛି।

About The Author: The Sakala