ବିଶ୍ବକପ ହକି ପୂର୍ବରୁ ମୋ ବସ ସେବାରେ ସାମିଲ ହେବ ଆଉ ୩୦ ବସ୍

ଭୁବନେଶ୍ବର: ବିଶ୍ୱକପ ହକିକୁ ନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ବିଶ୍ୱକପ ହକି ପୂର୍ବରୁ ମୋ ବସ୍ ସେବାରେ ଆଉ ୩୦ଟି ବସ ସାମିଲ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ଉକ୍ତ ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇଲେକଟ୍ରିକ୍ ବସ ରହିବ। ଏଥି ମଧ୍ଯରୁ ୯ଟି ବସ ଆସି ସାରିଥିବା ବେଳେ ଅବଶିଷ୍ଟ ୨୧ଟି ବସ ଡିସେମ୍ବର ଶେଷ ସୁଦ୍ଧା ଆସିବ। ବିଶ୍ୱକପ ହକି ମ୍ୟାଚ ଦିନ ଷ୍ଟାଡିୟମ ଟିକଟ ଥିବା […]

ଭୁବନେଶ୍ବର: ବିଶ୍ୱକପ ହକିକୁ ନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ବିଶ୍ୱକପ ହକି ପୂର୍ବରୁ ମୋ ବସ୍ ସେବାରେ ଆଉ ୩୦ଟି ବସ ସାମିଲ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ଉକ୍ତ ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇଲେକଟ୍ରିକ୍ ବସ ରହିବ। ଏଥି ମଧ୍ଯରୁ ୯ଟି ବସ ଆସି ସାରିଥିବା ବେଳେ ଅବଶିଷ୍ଟ ୨୧ଟି ବସ ଡିସେମ୍ବର ଶେଷ ସୁଦ୍ଧା ଆସିବ। ବିଶ୍ୱକପ ହକି ମ୍ୟାଚ ଦିନ ଷ୍ଟାଡିୟମ ଟିକଟ ଥିବା ଯାତ୍ରୀଙ୍କ ପାଇଁ ମୋ ବସ ସେବା ସମ୍ପୂର୍ଣ୍ଣ ମାଗଣା ସେବା ଯୋଗାଇବାକୁ ଚିନ୍ତା କରୁଛି ବୋଲି କ୍ରୁଟ ମହା ପ୍ରବନ୍ଧକ ଦୀପ୍ତି ମହାପାତ୍ର  ସୂଚନା ଦେଇଛନ୍ତି।

About The Author: The Sakala