ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟ୍ଟାଠାରେ ତିନି ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତ ତିନି ଯୁବତୀ ହେଲେ ତୋହରା ଗ୍ରାମର ହେମଲତା ଗୌଡ଼ (୨୧), କୌଶଲ୍ୟା ମାଝୀ(୧୬), ଫୁଲମତି ମାଝୀ(୧୫) । ତିନିଜଣ ଯୁବତୀ ଗୋଟିଏ କୁସୁମ ଗଛରେ ନିଜ ନିଜ ଓଢ଼ଣୀରେ ଝୁଲୁଥିବା ଦେଖାଯାଇଛି । ତିନିଜଣ ଯୁବତୀ ଭଲ ବନ୍ଧୁ ହୋଇଥିବା ବେଳେ ସନ୍ଧ୍ୟାବେଳେ ସେମାନେ ଏକାଠି ଗାଁରେ ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ […]

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟ୍ଟାଠାରେ ତିନି ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତ ତିନି ଯୁବତୀ ହେଲେ ତୋହରା ଗ୍ରାମର ହେମଲତା ଗୌଡ଼ (୨୧), କୌଶଲ୍ୟା ମାଝୀ(୧୬), ଫୁଲମତି ମାଝୀ(୧୫) । ତିନିଜଣ ଯୁବତୀ ଗୋଟିଏ କୁସୁମ ଗଛରେ ନିଜ ନିଜ ଓଢ଼ଣୀରେ ଝୁଲୁଥିବା ଦେଖାଯାଇଛି । ତିନିଜଣ ଯୁବତୀ ଭଲ ବନ୍ଧୁ ହୋଇଥିବା ବେଳେ ସନ୍ଧ୍ୟାବେଳେ ସେମାନେ ଏକାଠି ଗାଁରେ ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ କେଉଁ କାରଣରୁ ତିନିଜଣ ଯୁବତୀ ଏକାଠି ଆତ୍ମହତ୍ୟା କରିଛନ୍ତି ନା କେହି ତିନିଜଣଙ୍କୁ ହତ୍ୟାକରି ଗଛରେ ଝୁଲାଇ ଦେଇଛନ୍ତି, ତାହା ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

About The Author: The Sakala